ରିପୋର୍ଟ କାର୍ଡ / କୋଦଳା
ଗଂଜାମ ଜିଲ୍ଲା କୋଦଳା ଏନଏସି ପାଇଁ ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା ପରେ କୋଦଳା ବିଜେଡିରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ରବିବାର କୋଦଳା ଏନଏସି ରେ ଅଧ୍ଯକ୍ଷ ପଦବୀ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ରୁ ଜଣେ ଯୁବତୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ସ୍ଥାନୀୟ ବିଧାୟିକା ଲତିକା ପ୍ରଧାନ ।ଏହାପରେ କୋଦଳା ନଗର ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଅସନ୍ତୋଷ ଏପରି ହୋଇଛି ଯେ, କିଛି କାଉନସିଲର ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦେଲେ ମଧ୍ୟ ସେମାନେ ଫେରାଇ ଦେଇଥିବା ଜଣାପଡିଛି। ଉକ୍ତ ଏନ୍ ଏ ସି ର ଅଧ୍ଯକ୍ଷ ପଦ ପାଇଁ ବହୁ ଆଶାୟୀ ରେସ୍ ରେ ରହିଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି କାହିଁକି ନିଆଯାଇଛି ତାକୁ ନେଇ ନେତାମାନେ ଖୋଲାଖୋଲି କିଛି ମନ୍ତବ୍ୟ ରଖୁ ନଥିଲେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ବିଧାୟିକା ଜଣେ ଠିକାଦାରକଂ କଥାରେ ପଡି ହାଇକମାଣ୍ଡ ନିକଟକୁ ଏଭଳି ନାମ ପଠାଇଥିବା ନେଇ କିଛି ନେତା ନିଜ ନାମକୁ ଗୋପନ ରଖି ପ୍ରକାଶ କରିଛନ୍ତି। ଅନ୍ୟପଟେ ବହୁ ନେତାଙ୍କୁ ବିଭିନ୍ନ ଉପାୟରେ ଧମକ ଚମକ ମିଳୁଥିବା, ବିନା କାରଣରେ ପୋଲିସ ଉଠାଇ ନେଇ ଥାନାରେ ବସାଉଥିବା ଭଳି ଅଭିଯୋଗ ଆସିଛି। କିଛି କାଉନସିଲର ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦେଉଥିବା ବେଳେ ସେମାନେ ଟିକେଟ୍ ନେବା ପାଇଁ ରାଜି ନହେବାରୁ ପ୍ରଶାସନ ଜରିଆରେ ସେମାନଙ୍କୁ ଧମକ ଚମକ ମଧ୍ୟ ଦିଆଯାଉଥିବା ଶୁଣିବାକୁ ମିଳୁଛି। ଯାହାକୁ ଏବେ ବିବାଦକୁ ଆସିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ।କୋଦଳା ବିଜେଡିରେ ଦୀର୍ଘ ବର୍ଷ ଧରି ଦଳ ପାଇଁ ନିରବଛିନ୍ନ ଭାବେ ବହୁ କର୍ମକର୍ତ୍ତା କାର୍ଯ୍ୟ କରୁଥିବା ବେଳେ ଜଣେ ଦୁର୍ନୀତିଗ୍ରସ୍ତ ଠିକାଦାରଙ୍କ କାନକୁହା କଥାରେ ପଡି ଅଧ୍ଯକ୍ଷ ପଦ ପାଇଁ ବଡ଼ ଧରଣର ଡିଲ୍ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। ତେବେ ବିଜେଡିର ଏଭଳି ଗୋଷ୍ଠୀ କନ୍ଦଳରୁ ଫାଇଦା ଆଶାରେ ରହିଛି ବିଜେପି। କୋଦଳା ବିଜେପି ପକ୍ଷରୁ ଅଞ୍ଚଳର ଜଣେ ଜଣାଶୁଣା, ଶିକ୍ଷିତ ଓ ସୁନାମଧନ୍ୟ ଯୁବକକୁଂ ପ୍ରାର୍ଥୀ କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ତାରିଖ ରହିଥିବା ବେଳେ ବିଜେଡି ଓ ବିଜେପିର ସମସ୍ତ ପ୍ରାର୍ଥୀ/ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।
More Stories
ବାଣ ଗୋଦାମରେ ବିସ୍ଫୋରଣ, ୫ ଗୁରୁତର…..
ପୋଲ ତଳକୁ ଖସିଲା ବସ୍,୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..
ଲକ୍ଷ୍ମୀ ବସ୍-ହାଇୱା ମୁହାଁମୁହିଁ ଧକ୍କା….