ରିପୋର୍ଟ କାର୍ଡ / ଭୁବନେଶ୍ୱର
ରୁଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରିରହିଛି | ୟୁକ୍ରେନରେ ଥିବା ଭାରତୀୟଂକୁ ସ୍ବଦେଶ ଫେରାଇ ଅଣାଯାଉଛି | ସେମାନଙ୍କ ମଧ୍ୟରେ ୭୭ ଜଣ ଓଡ଼ିଆ ଛାତ୍ରୀଛାତ୍ର ସୋମବାର ଏୟାର ଏସିଆର ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଓଡ଼ିଶା ଆସୁଛନ୍ତି । ସେମାଙ୍କୁ ପାଛୋଟି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିମାନବନ୍ଦରରେ ବିମାନବନ୍ଦରକୁ ଯିବେ । ସୂଚନାଯୋଗ୍ୟ, ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ । ୟୁକ୍ରେନ୍ରୁ ଅଧାରୁ ପାଠ ଛାଡ଼ି ଆସିଥିବା ଛାତ୍ରୀଛାତ୍ରଙ୍କୁ ସହାୟତା ଦେବା ପାଇଁ ନିବେଦନ କରିଥିଲେ।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….