ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର ମୋଟ ୬୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ମତଦାନର ଭୋଟ ଗଣତି ଜାରିରହିଛି | ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଭୋଟ ଗଣତି ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ଏକଜିଟ୍ ପୋଲ ର ପୂର୍ବାନୁମାନ ଅନୁଯାୟୀ ଉତ୍ତରପ୍ରଦେଶରେ ବିଜେପି ଏହାର ସରକାର ବଜାୟ ରଖିବାକୁ ଥିବାବେଳେ ପଞ୍ଜାବରେ କଂଗ୍ରେସ ସରକାରର ପତନ ହେବ । ପଞ୍ଜାବରେ ଆମ ଆଦମୀ ପାର୍ଟି (ଆପ୍) ସରକାର ଗଠନ କରିବା ନେଇ ଏକଜିଟ୍ ପୋଲ୍ରେ ପୂର୍ବାନୁମାନ କରାଯାଇଛି। ତେବେ ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ସରକାର ଗଠନ ନେଇ ସ୍ପଷ୍ଟ ବହୁମତ ମିଳିବା ଆଶଙ୍କା ରହିଥିବା ଏକଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି । ଏକଜିଟ୍ ପୋଲର ଏହିସବୁ ପୂର୍ବାନୁମାନ କେତେଦୂର ସତ ହେଉଛି ତାହା ଭୋଟ ଗଣତି ପରେ ସ୍ପଷ୍ଟ ହେବ। ଭୋଟ ଗଣତିକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଲାଗି ରହିଛି । ଉତ୍ତରପ୍ରଦେଶ ବିଧାନସଭା ଭୋଟ ଗଣତି ପାଇଁ ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ କରାଯାଇଛି । ରାଜ୍ୟ ଅବକାରୀ ବିଭାଗ ନିର୍ଦେଶ ଅନୁଯାୟୀ ଆଜି ରାଜ୍ୟରେ ମଦ ବିକ୍ରି ହେବନାହିଁ।






More Stories
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..