ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଳୁ ଓ ବିଲାତିବାଇଗଣ ଦର ବୁଝିବା ପାଇଁ ରାଜନୀତିକୁ ଆସିନାହିଁ | ରବିବାର ଦିନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ବିରୋଧୀ ଦଳମାନଙ୍କୁ ବିଦ୍ରୂପ କରି କହିଛନ୍ତି। ସୂଚନାଯୋଗ୍ୟ, ଅର୍ଥନୀତିର ତ୍ରୁଟିପୂର୍ଣ୍ଣ ପରିଚାଳନା କରୁଛନ୍ତି ବୋଲି ଦୋଷାରୋପ କରି ବିରୋଧୀଦଳମାନେ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ବିରୋଧରେ କିଛି ଦିନ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିଲେ। ପଞ୍ଜାବ ପ୍ରଦେଶର ହାଫିଜାବାଦ ସହରରେ ଗୋଟାଏ ରାଜନୈତିକ ରାଲିରେ ଉଦ୍ବୋଧନ ଦେଇ ଖାଁ କହିଲେ, ଟଙ୍କା ଦେଇ ସାଂସଦମାନଙ୍କୁ ଖରିଦ କରି ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସମଗ୍ର ଦେଶ ଏକଜୁଟ ହେବ। ତାଙ୍କ ଶାସନକାଳରେ ପାକିସ୍ତାନ ଗୋଟାଏ ମହାନ୍ ଦେଶ ହେବାକୁ ଯାଉଛି। ତାଙ୍କ ସରକାର ଆରମ୍ଭ କରିଥିବା ଉପକ୍ରମ ସବୁ ଖୁବ୍ ଶୀଘ୍ର ଫଳ ପ୍ରଦାନ କରିବ। ସେ ଆହୁରି ମଧ୍ୟ କହିଲେ, ଆଳୁ ଓ ଟମାରଟର୍ ଦର ଜାଣିବାକୁ ମୁଁ ରାଜନୀତିକୁ ଆସିନାହିଁ। ଦେଶର ଯୁବପିଢ଼ିଙ୍କ ପାଇଁ ମୁଁ ରାଜନୀତିକୁ ଆସିଛି। ଯଦି ଆମେ ଗୋଟାଏ ମହାନ୍ ଜାତି ହେବାକୁ ଚାହିଁବା, ଆମକୁ ସତ୍ୟ ପଥରେ ଚାଲିବାକୁ ପଡ଼ିବ। ଏହି କଥା ମୁଁ ଗତ ୨୫ ବର୍ଷ ହେବ କହିଆସୁଛି। ସୂଚନାଯୋଗ୍ୟ, ଅନାସ୍ଥା ପ୍ରସ୍ତାବକୁ ସଫଳ କରିବା ନିମନ୍ତେ ଯୋଜନା କରିବାକୁ ଆଜି ପାକିସ୍ତାନ ସଂସଦର ବିରୋଧୀ ଦଳ ନେତା ଶେହବାଜ୍ ଶରିଫ୍ଙ୍କ ବାସଭବନରେ ବୈଠକ ବସିବ।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..