ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶାରୀରିକ ସମ୍ପର୍କ ବେଳେ ପୁରୁଷ ବନ୍ଧୁଙ୍କୁ ଛୁରୀ ଭୂଷିଦେଲା ପ୍ରେମିକା | ଗତ ଜାନୁଆରୀ ୩ ଚାରିଖରେ ଇରାନର ପୂର୍ବତନ ସେନାମୁଖ୍ୟ କାସିମ ସୁଲେମାନୀଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଥିଲା । ୨୦୨୦ରେ ସୁଲେମାନୀକୁ ମାରିଥିଲା ଆମେରିକା । ଯାହାର ଧିରେଧିରେ ପ୍ରତିଶୋଧ ନେଉଛି ଇରାନ । ଜଣେ ୨୧ ବର୍ଷୀୟା ଯୁବତୀ ଏପରି କିଛି କରି ପ୍ରତିଶୋଧ ନେଇଛନ୍ତି ଯାହା କେହି କଳନା କରିପାରିବେ ନାହିଁ । ଆମେରିକାର ଲସ୍ ଭେଗାସରେ ଜଣେ ମହିଳା ଆଉ ଜଣେ ପୁରୁଷଙ୍କୁ ଛୁରୀ ଭୂଷିଦେଇଛନ୍ତି । ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ କହିଛନ୍ତି ଯେ, ୨୧ ବର୍ଷୀୟା ମହିଳାଜଣଙ୍କ ଏକ ହୋଟେଲରେ ଜଣେ ବ୍ୟକ୍ତିଙ୍କ ସହ ପ୍ରଥମେ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ତାଙ୍କୁ ଛୁରୀ ଭୂଷି ସୁଲେମାନୀ ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହିଁଥିଲେ । ମାମଲାର ତଦନ୍ତ ଜାରି ରହିଛି । ହତ୍ୟା ଉଦ୍ୟମ କରିଥିବା ଯୁବତୀଜଣଙ୍କ ନିକା ନିକୋବିନ୍ ବୋଲି ପୋଲିସ କହିଛି । ମିଡିଆ ରିପୋର୍ଟ ଅନୁସାରେ, ନିକା ଓ ବ୍ୟକ୍ତି ଜଣଙ୍କ ଶାରୀରିକ ସମ୍ପର୍କ ରକ୍ଷା କରିବା ଆରମ୍ଭ କରିଥିଲେ । ଲାଇଟ୍ ବନ୍ଦ କରିବା ପରେ ନିକା ବ୍ୟକ୍ତିଙ୍କ ଆଖିରେ ପଟି ବାନ୍ଧିଥିଲେ । କିଛି ମିନିଟ୍ ପରେ ସେ ଏକ ଚାକୁରେ ବ୍ୟକ୍ତିଙ୍କ ବେକକୁ ଛୁରୀରେ ଭୂଷି କାଟିଦେଇଥିଲେ । ତୁରନ୍ତ ବ୍ୟକ୍ତିଜଣଙ୍କ ନିକାଙ୍କୁଧକ୍କା ଦେଇ ପୋଲିସକୁ କଲ୍ କରିଥିଲେ । ପୋଲିସ ଆହୁରି ମଧ୍ୟ କହିଛି ଯେ, ବ୍ୟକ୍ତିଜଣଙ୍କ ନିକାଙ୍କୁ ଏକ ଓ୍ୱେବସାଇଟ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ । ନିକା ଏକ ମୋଟିଭେସନାଲ ଭିଡିଓ ଦେଖି ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ଚାହିଁଥିଲେ ବୋଲି ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ତେବେ ମାମଲାର ତଦନ୍ତ ଚାଲିଥିବାରୁ ପୋଲିସ ଅଧିକ କିଛି କହିବାକୁ ମନା କରିଦେଇଛି ।
More Stories
ହେଜବୁଲ୍ଲାର ନୂଆ ମୁଖ୍ୟ ଶେଖ ନାଇମ କାସେମ …..
ମହାକାଶରୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁନିତା….
ବରିଷ୍ଠ ନାଗରିକଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ…..