ରିପୋର୍ଟ କାର୍ଡ / ଗଜପତି
ଫୁଲ କୋବି ଖାଇ ଦମ୍ପତି ଗୁରୁତର ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ହାଲାପଙ୍କା ଗାଁରେ। ସେମାନେ ହେଲେ ଜବିତ୍ର ଗମାଙ୍ଗ ଓ ନମିତା ଗମାଙ୍ଗ।। ଜବିତ୍ର ବାଡ଼ିରେ ଫୁଲ କୋବା ଚାଷ କରିଛନ୍ତି। ରାତିରେ ସେହି କୋବି ଆଣି ରୋଷେଇ କରି ଖାଇବା ପରେ ଜବିତ୍ର ଓ ନମିତାଙ୍କୁ ବାନ୍ତି ହୋଇଥିଲା। ଉଭୟେ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଦମ୍ପତ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ଜବିତ୍ର ସପ୍ତାହେ ପୂର୍ବରୁ ଫୁଲ କୋବିରେ କୀଟ ନାଶକ ଔଷଧ ସିଞ୍ଚନ କରିଥିଲେ। ତାର ପ୍ରତିକ୍ରିୟାରେ ଫୁଡ୍ ପଏଜନିଂ ହୋଇଥିବ ବୋଲି ଅନୁମାନ କରାଯାଉଛି।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……