ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କିଛି ମାସର ବ୍ୟବଧାନ ପରେ ପୁଣି ତୈଳ ଦର ବଢ଼ିବାରେ ଲାଗିଛି । ଗତକାଲି ରାଷ୍ଟ୍ରୀୟ ସ୍ତରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିବା ବେଳେ ପୁଣି ଆଜି ଦେଶରେ ଲଗାତର ଦ୍ବିତୀୟ ଦିନ ପାଇଁ ପେଟ୍ରୋଲ / ଡିଜେଲ ଦର ବୃଦ୍ଧି କରାଯାଇଛି । ସୂଚନା ଅନୁଯାଇ ଆଜି ଦେଶର ବିଭିନ୍ନ ସ୍ଥାନରେ ୭୫ରୁ ୯୫ ପଇସା ଯାଏ ବୃଦ୍ଧି କରାଯାଇଛି ପେଟ୍ରୋଲ / ଡିଜେଲ ଦାମ୍ । କୁହାଯାଉଛି ୫ ରାଜ୍ୟର ନିର୍ବାଚନ ପରେ ସରାକର ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି । ନିର୍ବାଚନ ପୂର୍ବରୁ ଲଗାତର ୧୩୬ ଦିନ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଥିଲ । ହେଲେ ଗତକାଲି ଓ ଆଜି ଲଗାତର ପେଟ୍ରୋଲ ଦର ବୃଦ୍ଧି କରାଯାଇଛି । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯୫ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଜେଲ ୯୧ପଇସା ବୃଦ୍ଧି ପାଇଛି । ସେହିପରି ରାଜଧାନୀ ନୂଆଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ବଢ଼ିଛି ତୈଳ ଦର । ଚେନ୍ନାଇରେ ପେଟ୍ରୋଲ ୭୫ ପଇସା ଓ ଡିଜେଲ ୭୬ ପଇସା ବୃଦ୍ଧି ପାଇଛି । କୋଲକାତାରେ ମଧ୍ୟ ପେଟ୍ରୋଲ ୮୩ ପଇସା ଓ ଡିଜେଲ ୮୦ ପଇସା ବୃଦ୍ଧି କରାଯାଇଛି ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..