ରିପୋର୍ଟ କାର୍ଡ / ମାଲକାନଗିର
ରାମ ଦୋଳିରେ ବସିବା ହେଲା କଳା | ଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି କରୁକୋଣ୍ଡାଠାରେ। ରାମ ଦୋଳିରେ ଚଢିଥିବା ସମୟରେ ଭୟରେ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ରାକେଶ ହାଲଦାର। କରୁକୋଣ୍ଡା ମଉଳି ଯାତ୍ରାରେ ପୂଜା ସାରି ନିଜ ସାଙ୍ଗମାନଙ୍କ ସହ ମୀନାବଜାର ମଜା ନେଉଥିବା ବେଳେ ରାମ ଦୋଳିରେ ବସିଥିଲେ ରାକେଶ। ତେବେ ଦୋଳିରେ ବସିବା ପରେ ରାକେଶ ହଠାତ୍ ଡରିଯାଇଥିଲେ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କ ସାଙ୍ଗମାନେ ଚଳନ୍ତା ଦୋଳିକୁ ରଖି ତାଙ୍କୁ ସେଠାରୁ ଓହ୍ଲାଇଥିଲେ ଏବଂ ତୁରନ୍ତ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାକେଶ ଟାଟା ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।ମାଲକାନଗିରି ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।






More Stories
କମିଲା ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଗାଡ଼ି ସଂଖ୍ୟା…..
ଶେଷ ହେଉଛି ପେଟ୍ରୋଲ!….
ତିରିଂ ଅଞ୍ଚଳରେ ଡବଲ ମର୍ଡର ……