ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଥିଲା ଅଗ୍ନିପରୀକ୍ଷା | ଇମ୍ରାନ ଯାହା ଚାହୁଁଥିଲେ ତାହା ହେଲା। ଖାରଜ ହେଲା ତାଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ। ଆଜି ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପ୍ରସ୍ତାବକୁ ଖାରଜ କରିଛନ୍ତି ପାକିସ୍ତାନ ଉପବାଚସ୍ପତି। ଏପ୍ରିଲ୍ ୨୫ ତାରିଖ ପର୍ଯ୍ୟନ୍ତ ନ୍ୟାସନାଲ ଆସେମ୍ବଲି ସ୍ଥଗିତ ରଖାଯାଇଛି। ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ନ୍ୟାସନାଲ ଆସେମ୍ବଲି ଭଙ୍ଗ ପାଇଁ ଇମ୍ରାନ ଖାନ୍ ସୁପାରିସ କରିଛନ୍ତି। ଏଥିସହ ସାନି ନିର୍ବାଚନ ପାଇଁ ମଧ୍ୟ ସେ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି। ଦେଶବାସୀଙ୍କୁ ନିର୍ବାଚନ ଲାଗି ପ୍ରସ୍ତୁତ ରହିବାକୁ ଇମ୍ରାନ ପରାମର୍ଶ ଦେଇଛନ୍ତି। ପ୍ରସ୍ତାବ ଖାରଜ ପାଇଁ ଉପବାଚସ୍ପତିଙ୍କୁ କୃତଜ୍ଞତା ଜଣାଇ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିର ହାତ ଥିବା ପୁଣି ଦୋହରାଇଛନ୍ତି ଇମ୍ରାନ।






More Stories
IITF ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ…..
‘ସବୁ ୧୪୦ ବିଧାୟକ ମୋର’……
କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ…..