Report Card Odisha

| Daily Odia News

ମଦ ୨୫ % ଡ଼ିସକାଉଣ୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ସରକାର ମଦ୍ୟପମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ମଦ ବିକ୍ରି କରୁଥିବା ବେସରକାରୀ ଦୋକାନୀ ଶସ୍ତାରେ ମଦ ବିକି ପାରିବେ । ଏମଆରପି ଉପରେ ଦୋକାନୀ ଏବେ ୨୫ ପ୍ରତିଶତ ଯାଏଁ ରିହାତି ଦେଇପାରିବେ । ନ୍ୟୁଜ ଏଜେନ୍ସି ପିଟିଆଇର ଏକ ରିପୋର୍ଟରେ ଏନେଇ ତଥ୍ୟ ପ୍ରଦାନ କରାଯାଇଛି । କରୋନା ଜନିତ କାରଣରୁ ଏପରି କରାଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଅବକାରୀ ବିଭାଗର କହିବାନୁସାରେ, ବେସରକାରୀ ଦୋକାନରେ ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ଯାଏଁ ରିହାତି ଦେଇପାରିବେ । ଏଥିପାଇଁ ଅବକାରୀ ନିୟମ ୨୦୧୦ର ସେକ୍ସନ ୨୦କୁ ପାଳନ କରିବାକୁ ହେବ । ତେବେ ଅବକାରୀ ବିଭାଗ ରଖିଥିବା ସମସ୍ତ ସର୍ତ୍ତକୁ ଦୋକାନୀ ପାଳନ କରିବା ଜରୁରୀ । ନଚେତ ସଂପୃକ୍ତ ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

Breaking News