ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ସରକାର ମଦ୍ୟପମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ମଦ ବିକ୍ରି କରୁଥିବା ବେସରକାରୀ ଦୋକାନୀ ଶସ୍ତାରେ ମଦ ବିକି ପାରିବେ । ଏମଆରପି ଉପରେ ଦୋକାନୀ ଏବେ ୨୫ ପ୍ରତିଶତ ଯାଏଁ ରିହାତି ଦେଇପାରିବେ । ନ୍ୟୁଜ ଏଜେନ୍ସି ପିଟିଆଇର ଏକ ରିପୋର୍ଟରେ ଏନେଇ ତଥ୍ୟ ପ୍ରଦାନ କରାଯାଇଛି । କରୋନା ଜନିତ କାରଣରୁ ଏପରି କରାଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ଅବକାରୀ ବିଭାଗର କହିବାନୁସାରେ, ବେସରକାରୀ ଦୋକାନରେ ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ଯାଏଁ ରିହାତି ଦେଇପାରିବେ । ଏଥିପାଇଁ ଅବକାରୀ ନିୟମ ୨୦୧୦ର ସେକ୍ସନ ୨୦କୁ ପାଳନ କରିବାକୁ ହେବ । ତେବେ ଅବକାରୀ ବିଭାଗ ରଖିଥିବା ସମସ୍ତ ସର୍ତ୍ତକୁ ଦୋକାନୀ ପାଳନ କରିବା ଜରୁରୀ । ନଚେତ ସଂପୃକ୍ତ ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……