ରିପୋର୍ଟ କାର୍ଡ / କଟକ
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମ୍ବ୍ରାଞ୍ଚକୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ । ହତ୍ୟା ବେଳେ ବ୍ୟବହୃତ ୪ ଖଣ୍ଡ ବାଉଁଶ ଫାଳିଆ ଜବତ ହୋଇଛି । ହତ୍ୟାକାଣ୍ଡ ପରେ ଏହାକୁ ଝରକା ବାଟେ ଫୋପାଡି ଦେଇଥିଲେ ଦୟାଲ ଆଶ୍ରମର କେୟାର ଟେକର ଝୁନା ଭୋଇ । ଜବତ ବାଉଁଶ ଫାଳିଆକୁ ପରୀକ୍ଷା ପାଇଁ ଏସସିବି ମେଡିକାଲ ଫରେନ୍ସିକ ବିଭାଗକୁ କ୍ରାଇମବ୍ରାଞ୍ଚ ପଠାଇଥିବା ଜଣାପଡ଼ିଛି । ତେବେ ପରୀକ୍ଷା ହୋଇଥିବା ବାଉଁଶ ଫାଳିଆରେ ହିଁ ହତ୍ୟାକାଣ୍ଡ ଘଟାଯାଇଥିବା ଅନୁମାନ କରିଛନ୍ତି ଫରେନ୍ସିକ ଏକ୍ସପର୍ଟ । ରିମାଣ୍ଡରେ ଥିବା ଝୁନା ଭୋଇ ତଦନ୍ତରେ କ୍ରାଇମବ୍ରାଞ୍ଚକୁ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜରେ ସୂଚନା ଦିଆଯାଇଛି । ତେବେ ଗତକାଲି ମାନସଙ୍କ ଘର ତଥା ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ଗୋଡିପୋଖରୀ ଗାଁରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଧଘଣ୍ଟା ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ମାନସର ପରିବାର ଲୋକଙ୍କ ସହିତ ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ଉକ୍ତ ଟିମ୍ । କ୍ରାଇମବ୍ରାଞ୍ଚର ଟିମର ୫ ଅଧିକାରୀ ମୃତ ମାନସର ବ୍ଲୁ-ଟୁଥ୍ ଏବଂ ଚପଲକୁ ମାନସର ପତ୍ନୀଙ୍କ ଦ୍ୱାରା ଚିହ୍ନଟ କରାଇଥିଲେ । ପରିବାର ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ଜଣା ପଡିଛି ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..