ରିପୋର୍ଟ କାର୍ଡ / ଢେଙ୍କାନାଳ
ଗୁଳିମାଡ଼ ହତ୍ୟାର ପ୍ରତିଶୋଧ ନେଲେ ମୃତକଙ୍କ ପରିବାର ଲୋକେ। ମୁଖ୍ୟ ଅଭିଯୁକ୍ତର ପତ୍ନୀ ଓ ଶିଶୁପୁତ୍ରକୁ ହାଣିଲେ। ଗୁରୁତର ଅବସ୍ଥାରେ ମା’ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଖରୀ ଖୋଳାକୁ କେନ୍ଦ୍ର କରି ଆଜି ସକାଳେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଦଳେଇ ନାୟକ ଙ୍କୁ ତାଙ୍କର କେତେ ଜଣ ସମ୍ପର୍କୀୟ ଭାଇ ମିଶି ହତ୍ୟା କରିଥିଲେ। ଦଳେଇଙ୍କ ଉପରକୁ ଦେଶୀ ବନ୍ଧୁକରୁ ଏକାଧିକ ଗୁଳି କରାଯାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତମାନେ ଗାଁରୁ ଫେରାର ହୋଇଯାଇଥିଲେ। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନୃପତ୍ତି ନାୟକଙ୍କ ପତ୍ନୀ ସାରଥୀ ନାୟକ ତାଙ୍କ ତିନି ବର୍ଷର ପୁଅକୁ ନେଇ ଗାଁରୁ ପଳାଇ ଯାଉଥିବା ବେଳେ ମୃତ ଦଳେଇ ନାୟକଙ୍କ ପରିବାର ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ। ଦଳେଇ ନାୟକଙ୍କ ପରିବାର ଲୋକେ ସାରଥୀ ଓ ତାଙ୍କ ପୁଅକୁ ହାଣି ଦେଇଛନ୍ତି। ଉଭୟ ମା’ପୁଅଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି |






More Stories
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….