ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି । ଆଜି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥି ନେଇ ପତ୍ର ପ୍ରଦେଶ କଂଗ୍ରେସ କମିଟି ନିକଟକୁ ପଠାଇଛନ୍ତି । କଂଗ୍ରେସର କୌଣସି ଭବିଷ୍ୟତ ନାହିଁ, ଦଳ ଦିନକୁ ଦିନ ନିଜର ଅସ୍ତିତ୍ୱ ହରାଉଛି ବୋଲି କହିଛନ୍ତି ଜର୍ଜ । ନିଜର ଇସ୍ତଫା ପତ୍ରରେ ଜର୍ଜ ଉଲ୍ଲେଖ କରିଛନ୍ତି ଯେ, ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ସେ ବହୁବାର ଉଦ୍ୟମ କରିଥିଲେ । ମାତ୍ର ପିସିସି ଓ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ତାଙ୍କୁ ଏକପ୍ରକାର ଅଣଦେଖା କରାଯାଇଥିଲା ।






More Stories
ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ପ୍ରବଳ ବର୍ଷା ସମ୍ଭାବନା…..
ପାଠ୍ୟପୁସ୍ତକ ବିଭ୍ରାଟ ମାମଲା:ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀ ଅଟକ