ରିପୋର୍ଟ କାର୍ଡ / କଟକ
ପୋଲିସ ସିଗ୍ନାଲ ବିଭାଗର ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତ୍ରିନାଥ ମିଶ୍ରଙ୍କୁ ସୋମବାର ଜାମିନ ମିଳିଛି । ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ରହିଥିଲେ | ଏହି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ତେବେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ନ ହେବାରୁ ଏହି ଜାମିନ ମିଳିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରିଥିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ତାଙ୍କର ୯ କୋଟି ୫ ଲକ୍ଷ ୨୯ ହଜାର ୭୩ ଟଙ୍କାର ସମ୍ପତି ଠାବ କରାଯାଇଥିଲା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ତଥା ଦୁର୍ନୀତି ମାମଲାରେ ଭିଜିଲାନ୍ସ ଧରୁଥିବା ବଡ଼ ବଡ଼ ଅଧିକାରୀଙ୍କ ବିରୋଧରେ ନିର୍ଦ୍ଧାରିତ ସମୟ ଭିତରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିପାରୁ ନଥିବାରୁ ଅଭିଯୁକ୍ତଙ୍କୁ ସହଜରେ ଜାମିନ ମିଳିଯାଉଛି।






More Stories
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….
ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ:ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ……