Report Card Odisha

| Daily Odia News

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀର ବବାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ମ୍ୟାନୁଫ୍ୟାକଚରିଙ୍ଗ ୟୁନିଟରେ ଭୀଷଣ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ରହିଛି ଯେ, ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୭ଟି ଦମକଳ ଗାଡି ନିୟୋଜିତ କରାଯାଇଛି । ବିଲଡିଂର ଉପରି ଭାଗରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ସମଗ୍ର ଅଂଚଳ ଧୂଆଁ ମୟ ହୋଇଯାଇଥିଲା  | ତେବେ ଭିତରେ ଲୋକ ଫସି ରହିଛନ୍ତି କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

 

Breaking News