Report Card Odisha

| Daily Odia News

ଚୋକ୍‌ସିଙ୍କ ଉପରୁ ବେଆଇନ ପ୍ରବେଶ ମାମଲା ପ୍ରତ୍ୟାହାର କଲା ଡୋମିନିକା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଳାତକ ଭାରତୀୟ ହୀରା ବ୍ୟବ୍ୟବସାୟୀ ମେହୁଲ୍‌ ଚୋକ୍‌ସିଙ୍କ ଉପରୁ ଦ୍ବୀପଦେଶ ଡୋମିନିକା ଚଳାଇଥିବା ବେଆଇନ ପ୍ରବେଶ ମାମଲା ପ୍ରତ୍ୟାହାର କରିଛି। ଉପରୋକ୍ତ ମାମଲାରେ ଚୋକ୍‌ସି ତୀବ୍ର ବିରୋଧ କରିବା ସହ ଦାବି କରିଥିଲେ ଯେ, ତାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ଆଣ୍ଟିଗୁଆ ଓ ବାର୍ବୁଡ଼ାରୁ ଅପହରଣ କରି ଡୋମିନିକାକୁ ନିଆଯାଇଥିଲା। ସ୍ମରଣଯୋଗ୍ୟ, ଗତବର୍ଷ ମେ ମାସରେ ଚୋକ୍‌ସି ଆଣ୍ଟିଗୁଆରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ପୂର୍ବରୁ ୨୦୧୮ରେ ‘ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌’ରୁ ଚଞ୍ଚକତା କରି ହଜାର ହଜାର କୋଟି ଟଙ୍କା ଉଠାଇବା ମାମଲାରେ ଅଭିଯୁକ୍ତ ହେବା ପରେ ପୁତୁରା ନିରବ ମୋଦୀଙ୍କ ସହ ଭାରତରୁ ଖସି ପଳାଇଥିଲେ। ଗତବର୍ଷ ମେ ୨୬ରେ ତାଙ୍କୁ ଆଣ୍ଟିଗୁଆ ଓ ବାର୍ବୁଡ଼ାଠାରୁ ୯୦୦ କିଲୋମିଟର ଦୂର ଡୋମିନିକାରେ ସେଠାକାର ସରକାରୀ କର୍ତ୍ତୃପକ୍ଷମାନେ ଗିରଫ କରିଥିଲେ। ଆଣ୍ଟିଗୁଆ ପୁଲିସ୍‌କୁ ଦେଇଥିବା ଅଭିଯୋଗରେ ମେହୁଲ୍‌ ଚୋକ୍‌ସି ଦର୍ଶାଇ ଥିଲେ ଯେ, ସେ ଆଣ୍ଟିଗୁଆର ନାଗରିକ। ‘ରିସର୍ଚ ଆଣ୍ଡ୍‌ ଆନାଲିସିସ୍‌ ୱିଙ୍ଗ୍‌’ ସମେତ କେତେକ ଏଜେଣ୍ଟ୍‌ଙ୍କଦ୍ବାରା ତାଙ୍କୁ ବଳପୂର୍ବକ ଡୋମିନିକାକୁ ଅଣାଯାଇଥିଲା। ଏହି ଅପହରଣରେ ସମ୍ପୃକ୍ତ ଥିବା ମୁଖ୍ୟ ୪ଜଣଙ୍କୁ ତାଙ୍କ ଲିଗାଲ୍‌ ଟିମ୍‌ ଚିହ୍ନଟ କରିଥିଲେ। କିନ୍ତୁ, ମେହୁଲ୍‌ଙ୍କୁ ହସ୍ତାନ୍ତର କରାଯାଉ ବୋଲି ଅନୁରୋଧ କରୁଥିବା ଭାରତୀୟ କର୍ତ୍ତୃପକ୍ଷମାନେ ସେମାନଙ୍କ ଦାବିକୁ ଗ୍ରହଣ କରି ନ ଥିଲେ।

 

Breaking News