ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶରତ ପଟ୍ଟନାୟକ ହୋଇଛନ୍ତି ନୂଆ ପିସିସି ସଭାପତି | ଆଜି ସଭାପତିଙ୍କ ନାମ ଘୋଷଣା କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ଶରତଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ଘୋଷଣା କରାଯାଇଛି । ନୂଆ ପିସିସି ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି । ଦ୍ଵିତୀୟ ଥର ପାଇଁ ପିସିସି ସଭାପତି ହୋଇଛନ୍ତି ଶରତ | ବଲାଙ୍ଗୀରର ପୂର୍ବତନ ଲୋକସଭା ସାଂସଦ ଶରତ ପଟ୍ଟନାୟକ ୨୦୦୧ରୁ ୨୦୦୩ ଯାଏଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ।

ସୂଚନା ଅନୁସାରେ-ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ନେଇ ଏଆଇସିସି ପକ୍ଷରୁ ସୂଚନା ମିଳିଛି |






More Stories
୧୦ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ୍ ମୋହର…..
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..