Report Card Odisha

| Daily Odia News

ରେଳଧାରଣା ଉଡ଼ାଇବାକୁ ଯୋଜନା କରୁଛି ‘ଆଇଏସ୍‌ଆଇ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଞ୍ଜାବ ଏବଂ ତା’ର ଚତୁର୍ପାଶ୍ବସ୍ଥ ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ପାକିସ୍ତାନର ‘ଇଣ୍ଟର୍‌-ସର୍ଭିସ୍‌ ଇଣ୍ଟେଲିଜେନ୍‌ସ୍‌’ ଷଡ଼ଯନ୍ତ୍ର କରୁଛି | ଏନେଇ ଗୁଇନ୍ଦା ଏଜେନ୍‌ସି ସତର୍କ ସୂଚନା ଜାରି କରିଛି। ଜାରି ସତର୍କ ସୂଚନାରେ କୁହାଯାଇଛି, ‘ଆଇଏସ୍‌ଆଇ’ ଗୁଇନ୍ଦାମାନେ ପଞ୍ଜାବ ଏବଂ ତତ୍‌ସଂଲଗ୍ନ ରାଜ୍ୟଗୁଡ଼ିକରେ ବିସ୍ଫୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ଯୋଜନା କରିଛନ୍ତି। ମାଲ୍‌ବାହୀ ଟ୍ରେନ୍‌ ଯାଉଥିବା ଧାରଣାଗୁଡ଼ିକୁ ଉଡ଼ାଇ ଦେବାକୁ ଯୋଜନା କରାଯାଇଛି ବୋଲି ଭାରତର ଗୁଇନ୍ଦା ଏଜେନ୍‌ସି କହିଛି। ସତର୍କ ସୂଚନାରେ ଗୁଇନ୍ଦା ଏଜେନ୍‌ସି ଆହୁରି ମଧ୍ୟ କହିଛି ଯେ, ରେଳଧାରଣା ଉଡ଼ାଇ ଦେବା ଲାଗି ଭାରତରେ ଥିବା ତା’ର ଗୁଇନ୍ଦାମାନଙ୍କୁ ‘ଆଇଏସ୍‌ଆଇ’ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଯୋଗାଉଛି। ଏହାଛଡ଼ା, ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ଲାଗି ଭାରତରେ ଥିବା ପାକିସ୍ତାନର ନିଷ୍କ୍ରିୟ ଗୁଇନ୍ଦାମାନଙ୍କୁ ବିପୁଳ ଅର୍ଥ ପ୍ରଦାନ କରାଯାଉଛି।

Breaking News