ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରମାନଙ୍କୁ ଆନ୍ତଃ ରାଜ୍ୟ ଚଳାଚଳ, ଖାଦ୍ୟଶସ୍ୟର ପରିଚାଳନା ଏବଂ କଂଟ୍ରୋଲ ଡିଲର ମାନଙ୍କୁ ପ୍ରଦାନ କରା ଯାଉଥିବା କେନ୍ଦ୍ରୀୟ ସହାୟତାର ନିୟମରେ ସଂଶୋଧନ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍, ୨୦୧୩ ଅଧୀନରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସରକାରମାନଙ୍କ ପାଇଁ ଅନ୍ତଃ ରାଜ୍ୟ ପରିବହନ, କଂଟ୍ରୋଲ ଡିଲର ମାନଙ୍କ ଦେୟ ବାବଦକୁ କେନ୍ଦ୍ରୀୟ ସହାୟତା ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଯାହା ଦ୍ୱାରା ଏହି ମୂଲ୍ୟଗୁଡ଼ିକ ଅଧିକ ଦର ଭାବରେ ହିତାଧିକାରୀମାନଙ୍କ ଉପରକୁ ଯିବ ନାହିଁ। ଏହି ଆଇନ୍ ଅଧୀନରେ ସ୍ଥିର କରା ଯାଇଥିବା ଦର ସବୁ ସ୍ଥାନରେ ସମାନ ରଖା ଯାଇପାରିବ। ଏହି ସବୁ ନିୟମ ଗୁଡିକ ପ୍ରଥମେ ୨୦୧୫ ମସିହାରେ ସ୍ଥିର କରାଯାଇଥିଲା। କେନ୍ଦ୍ରୀୟ ସହାୟତାର ଏହି ନିୟମଗୁଡ଼ିକ ଏନ୍ଏଫ୍ଏସ୍ଏ ଆଇନ୍, ୨୦୧୩ ଲାଗୁ ହେବାର ୩ ବର୍ଷ ପରେ ପୁନର୍ବାର ଅବଲୋକନ କରାଯିବାର ବ୍ୟବସ୍ଥା ରହିଥିଲା। ନିୟମଗୁଡ଼ିକ ଅର୍ଥନୈତିକ ବ୍ୟାପାର ଉପରେ ଥିବା କ୍ୟାବିନେଟ୍ କମିଟିର ଅନୁମୋଦନ କ୍ରମେ ସଂଶୋଧିତ ହୋଇଛି। କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକୁ ଦୁଇ ଗୋଟି ବର୍ଗରେ ବର୍ଗୀକୃତ କରାଯାଇଛି ଓ ତାହା ହେଉଛି ସାଧାରଣ ବର୍ଗର ରାଜ୍ୟ ସମୂହ ଏବଂ ବିଶେଷ ବର୍ଗର ରାଜ୍ୟ ସମୂହ। ଉତ୍ତର ପୂର୍ବ ଅଂଚଳ, ପାର୍ବତ୍ୟାଂଚଳ ଏବଂ ଦ୍ୱୀପାଂଚଳଗୁଡ଼ିକରେ ରହିଥିବା ରାଜ୍ୟ ଗୁଡିକ ବିଶେଷ ବର୍ଗରେ ଓ ଅବଶିଷ୍ଟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକ ସାଧାରଣ ବର୍ଗରେ ରଖାଯାଇଛି।






More Stories
‘ଇଡିଅଟ’ ଶବ୍ଦ ବ୍ୟବହାରକୁ ନେଇ ଲୋକ ସଭାରେ ହଟ୍ଟଗୋଳ…..
ଆନ୍ଦୋଳନକୁ ଓହ୍ଲାଇଲେ Gen-Z କୃଷକ….
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଗିରଫ ଛାତ୍ରଙ୍କୁ ମୁକ୍ତ କର…..