ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶାନ୍ତିପ୍ରିୟ, ସହନଶୀଳ, ମଧୁରଭାଷୀ ହେବେ। ଧନଶାଳୀ ହୋଇପାରନ୍ତି। ଦ୍ବିଜା ନକ୍ଷତ୍ରକୁ ମଧ୍ୟ ଧନ ମିଳିବ।
ବୃଷ : ମୃଗଶିରା ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ। ରୋହିଣୀ ନକ୍ଷତ୍ରର ସ୍ବଳ୍ପ ଆୟ ହେବ।
ମିଥୁନ : ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ମାର୍ଜିତ ଓ ମଧୁର ଭାଷା ପରକୁ ଆପଣାର କରିବ। ବ୍ୟବସାୟରେ ଲାଭ ଇଚ୍ଛାକଲେ ଅଧିକ ପୁଞ୍ଜିବିନିଯୋଗ କରିବାକୁ ପଡ଼ିବ। ପୁନର୍ବସୁର ଅଧିକ ବ୍ୟୟ ହେବ।
କର୍କଟ : ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ସୁସ୍ଥ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ। ପୁନର୍ବସୁ ଓ ଅଶ୍ଲେଷା ନକ୍ଷତ୍ରରେ ସାମାନ୍ୟ ଶୁଭ।
ସିଂହ : ମଘା ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟରୁ ଲାଭ ପାଇବେ। ଯଶସ୍ବୀ ହେବେ। ପୂର୍ବା ଫାଲ୍ଗୁନୀ ନକ୍ଷତ୍ରର ସାମାନ୍ୟ ଶୁଭ।
କନ୍ୟା : ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହସ୍ତା ନକ୍ଷତ୍ରର ସାମାନ୍ୟ ଶୁଭ।
ତୁଳା : ଚିତ୍ରା ଓ ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରେ ଲାଭବାନ୍ ହେବେ। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସତର୍କରେ ଚଳିବାକୁ ପଡ଼ିବ।
ବିଛା : ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର କିଛିଟା ଶୁଭ ଫଳ ଅଛି।
ଧନୁ : ମୂଳା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁର ମନ କିଣିବାରେ ପାରଙ୍ଗମ ହେବେ। ପୂର୍ବାଷାଢ଼ା ଓ ଉତ୍ତରଷାଢ଼ାର ସାମାନ୍ୟ ଶୁଭ।
ମକର : ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଶ୍ରବଣା, ଉତ୍ତରାଷାଢ଼ାର ସାମାନ୍ୟ ଆୟ ହେବ।
କୁମ୍ଭ : ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ପୂର୍ବଭାଦ୍ରର ସାମାନ୍ୟ ଶୁଭ। ଧନିଷ୍ଠାର ଭଲ ଆୟ ହେବ।
ମୀନ : ଉତ୍ତର ଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତିଙ୍କ ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..