Report Card Odisha

| Daily Odia News

ଅନୁଭବଙ୍କ ଘର ଛାଡ଼ିବେ ବର୍ଷା…..

ରିପୋର୍ଟ କାର୍ଡ / କଟକ

ବହୁଚର୍ଚ୍ଚିତ ସାଂସଦ ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ସପକ୍ଷରେ ରାୟ ପ୍ରଦାନ କରିଛନ୍ତି ଏସଡିଜେଏମ କୋର୍ଟ । ଅନୁଭବଙ୍କ ଆବେଦନକୁ ଏସଡିଜେଏମ କୋର୍ଟ ଗ୍ରହଣ କରିବା ସହ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାଂସଦ ଅନୁଭବଙ୍କ ପୈତୃକ ଘର ଛାଡ଼ିବେ​‌ ପତ୍ନୀ ବର୍ଷା ପ୍ରୀୟଦର୍ଶିନୀ । ହେଲେ ବର୍ଷାଙ୍କ ରହଣି ପାଇଁ ସାଂସଦ ଅନୁଭବ ମହାନ୍ତି ମାସିକ ୩୦ ହଜାର ଟଙ୍କା ଦେବେ । ପ୍ରତିମାସର ୧୦ ତାରିଖ କିମ୍ବା ୧୦ତାରିଖ ମଧ୍ୟରେ ୩୦ ହଜାର ଟଙ୍କା ଅନୁଭବଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ମାସର ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ବର୍ଷାଙ୍କୁ ଘର ଛାଡ଼ିକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି |

 

Breaking News