ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍ତରାଖଣ୍ଡ ଉପନିର୍ବାଚନରେ ବିଜେପିର ବାଜିମାତ୍ | ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କର ଐତିହାସିକ ବିଜୟ ହୋଇଛି । କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡ଼ଙ୍କୁ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ୍ରେ ମାତ୍ ଦେଇ ଚମ୍ପାବତ୍ ଉପନିର୍ବାଚନରେ ଧାମୀ ବିଜୟ ଲାଭ କରିଛନ୍ତି । ବିପୁଳ ବିଜୟ ସହ ବହୁମତ ହାସଲ କରି ମୁଖ୍ୟମନ୍ତ୍ରୀ ଧାମୀ ଉପନିର୍ବାଚନ ଜିତିଛନ୍ତି। ତେବେ ଖଟିମାରୁ ନିର୍ବାଚନ ହାରିବା ଧାମୀ ଚମ୍ପାବତରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ। ଏହି ଆସନରେ ମେ ୩୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଐତିହାସିକ ବିଜୟ ପରେ ଧାମୀ ଜନସାଧାରଣଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ସେପଟେ ବିଜେପି ପାର୍ଟି ଅଫିସରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉତ୍ସବ ପାଳନ କରୁଛନ୍ତି | ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ, କେରଳ, ଓଡ଼ିଶାର ୩ଟି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇବ। ଉତ୍ତରାଖଣ୍ଡର ଚମ୍ପାବତ୍ ଆସନରେ ବିଜେପି ବାଜିମାତ୍ କରିଥିବା ବେଳେ କେରଳର ତ୍ତିକ୍କାକାରାରେ ସିପିଏମ ଏବଂ ଓଡ଼ିଶାର ବ୍ରଜରାଜନଗର ଆସନରେ ବିଜେଡି ଆଗୁଆ ରହିଛି ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..