ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟସଭା ଆସନ ପାଇଁ ବିଜେଡିର ସୁଲତା ଦେଓ, ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ନିନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ ପରେ ବିଜେଡିର ୩ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟଣ୍ଡିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର। ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଅବଧି ଥିଲା | ବିଜେଡିର ୩ ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳ କୌଣସି ପ୍ରାର୍ଥୀ ଦେଇ ନ ଥିବାରୁ ବିଜେଡି ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ହେବା ପରେ ରିଟଣ୍ଟି ଅଫିସରଙ୍କଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ୩ ପ୍ରାର୍ଥୀ। ସସ୍ମିତ ପାତ୍ର ଦ୍ଵିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାବେଳେ ସୁଲତା ଦେଓ ଓ ମାନସ ମଙ୍ଗରାଜ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜ୍ୟସଭା ଉପନିର୍ବାଚନ ପାଇଁ ନିରଞ୍ଜନ ବିଶିଙ୍କର ପ୍ରାର୍ଥିପତ୍ର ଯାଞ୍ଚ ଆଜି ଶେଷ ହୋଇଛି ଶ୍ରୀ ବିଶିଙ୍କ ନାମାଙ୍କନପତ୍ର କାଏମ ଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତାଙ୍କ ବିରୋଧରେ କେହି ନାମାଙ୍କନ ଦାଖଲ କରି ନ ଥିବାବେଳେ ନାମାଙ୍କନରେ ମଧ୍ୟ କୌଣସି ତ୍ରୁଟି ନ ଥିବା ଜଣାପଡିଛି।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….