ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଧାନ କୋଇଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି ହୋଇଛି | ବର୍ତ୍ତମାନ ୧୦୦ ଟଙ୍କା ବୃଦ୍ଧି ହେବାରୁ ଧାନ କୋଇଣ୍ଟାଲ ୨୦୪୦ କୁ ବୃଦ୍ଧି ପାଇଛି | ଦେଶର କୃଷକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଖରିଫ ଋତୁ ପାଇଁ ୧୭ଟି ଫସଲର MSP ବୃଦ୍ଧି କଲେ କେନ୍ଦ୍ର ସରକାର | MSP ବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି | ଏଥିସହିତ କୃଷି ବଜେଟ ବୃଦ୍ଧି ପାଇ ୧ ଲକ୍ଷ ୨୬ ହଜାର କୋଟିରେ ପହଞ୍ଚି ଯାଇଛି । ଫସଲ ବିବିଧିକରଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର MSP ଦରରେ ଐସିହାସିକ ବୃଦ୍ଧି କରିଥିଲେ, ଯାହାଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବା ସହିତ ସେମାନଙ୍କର ଫସଲ ଅଧିକ ମାତ୍ରାରେ ବିକ୍ରି ହୋଇଥିଲା । ସାଧାରଣ ଗ୍ରେଡ୍ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୨୦୪୦ ଟଙ୍କାରେ ପହଞ୍ଚିଛି । ସେହିପରି ଏ-ଗ୍ରେଡ ଧାନର ଏମଏସପି ୨୦୬୦ ଟଙ୍କାକୁ ବୃଦ୍ଧି ପାଇଛି ।ସେହିପରି ଜଓ୍ବାର, ମକା, ମୁଗ, ହରଡ, ମାଣ୍ଡିଆ, ଚିନାବାଦାମ, ବିରି ଆଦି ଫସର ଏମଏସପି ମଧ୍ୟ ବୃଦ୍ଧି କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୁବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..