ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇତିହାସରେ ପ୍ରଥମ ଔଷଧରେ ଭଲ ହେଲା ମାରାତ୍ମକ କ୍ୟାନସର ରୋଗ । ଔଷଧ ଦ୍ୱାରା ରେକ୍ଟାଲ୍ କ୍ୟାନସର ଭଳି ମରାତ୍ମକ ରୋଗର ଚିକିତ୍ସା କରାଯାଇଛି । ଏହି ଔଷଧର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ କ୍ୟାନସରରୁ ମୁକ୍ତି ପାଇଥିବା ରିପୋର୍ଟ ପ୍ରକାଶ ପାଇଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରାଥମିକ ଭାବେ ବହୁତ ଛୋଟିଆ ଟ୍ରାଏଲ କରାଯାଇଥିଲା । ଏଥିରେ ୧୮ ଜଣ ଲୋକ ସାମିଲ ଥିଲେ । ସମସ୍ତଙ୍କୁ ‘ଡୋଷ୍ଟାରଲିମ୍ୟାବ’ ନାମକ ଏକ ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା । ଟ୍ରାଏଲର ଶେଷରେ ସମସ୍ତ ୧୮ ଜଣ ରୋଗୀଙ୍କ ଶରୀରରୁ କ୍ୟାନସର ଉଭେଇ ଯାଇଥିଲା । ୬ ମାସ ପରେ ସମସ୍ତ ରୋଗୀଙ୍କ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ । ମଣିଷ ଶରୀରରେ ବିକଳ୍ପ ଆଂଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍ ଏହି ଔଷଧରେ ରହିଛି । ପରୀକ୍ଷା ବେଳେ ସମସ୍ତ ୧୮ ଜଣ ରୋଗୀଙ୍କୁ ସମାନ ଔଷଧ ଦିଆଯାଇଥିଲା । ନ୍ୟୁୟର୍କର ମେମୋରିଆଲ ସ୍ଲୋଅନ କେଟ୍ଟେରିଙ୍ଗ କ୍ୟାନସର ସେଂଟରର ଡାକ୍ତର ଲୁଇସ ଏ ଡିଆଜ ଜେ କହିଛନ୍ତି, ସମ୍ଭବତଃ କ୍ୟାନଓ ଚିକିତ୍ସା ଇତିହାସରେ ଏହା ହେଉଛି ପ୍ରଥମ ଘଟଣା । କର୍କଟ ରୋଗୀମାନଙ୍କୁ ସାଧାରଣତଃ କଠିନ ଚିକିତ୍ସା ପଦ୍ଧତିର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯେଉଁଥିରେ ଅସ୍ତ୍ରୋପଚାର, କେମୋଥେରାପି ଓ ବିକିରଣ ଭଳି ପଦ୍ଧତି ରହିଛି ।






More Stories
ବିହାର ହାର୍ ପାଇଁ ଆରଜେଡି ଦାୟୀ…..
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..