Report Card Odisha

| Daily Odia News

ବିବାହକୁ ନେଇ କ’ଣ କହିଲେ ସୋନାକ୍ଷୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ସେ ଅଭିନେତା ଜାହିର ଇକବାଲଙ୍କୁ ଡେଟ କରୁଥିବା କୁହାଯାଉଛି। ଯଦିଓ ଉଭୟ ଏନେଇ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଦୁହିଁଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳିଛି। ନିକଟରେ ସୋନାକ୍ଷୀଙ୍କ ଜନ୍ମଦିନରେ ଇକବାଲ୍‌ ତାଙ୍କୁ ‘ଆଇ ଲଭ୍‌ ୟୁ’ ମଧ୍ୟ କହିଛନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ବିବାହ ମଧ୍ୟ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ବିବାହକୁ ନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀ। ସେ ଏକ ଭିଡିଓ ଶେୟାର କରି ପ୍ରପୋଜ୍‌, ରୋକା, ମେହେନ୍ଦୀ, ସଙ୍ଗୀତ ପାଇଁ ସବୁ କିଛି ଫିକ୍ସ ହୋଇସାରିଛି ବୋଲି କହିଛନ୍ତି। ସୋନାକ୍ଷୀଙ୍କ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ପ୍ରେମିକ ଜାହିର ଇକବାଲ ଏକ ହସୁଥିବା ଇମୋଜି ପୋଷ୍ଟ କରିଛନ୍ତି। ନିକଟରେ ସୋନାକ୍ଷୀ ଇନ୍‌ଷ୍ଟାଗ୍ରାମରେ ନିର୍ବନ୍ଧ ମୁଦି ପ୍ରଶଂସକଙ୍କୁ ଦେଖାଇ ଏକ ଫଟୋ ଶେୟାର କରିଥିଲେ। କିନ୍ତୁ ଏହା ନିର୍ବନ୍ଧ ମୁଦି କି ନୁହେଁ, ତାହା ସେ ସ୍ପଷ୍ଟ କରି ନ ଥିଲେ। ତାଙ୍କ ପ୍ରଶଂସକ କିନ୍ତୁ ଏହି ଫଟୋରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋନାକ୍ଷୀ ଏବଂ ଫିଲ୍ମ ନୋଟବୁକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଜାହିର ଇକବାଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଥିବା ଚର୍ଚ୍ଚା ହେଉଛି। କିନ୍ତୁ ନିକଟରେ ଏକ ସାକ୍ଷାତକାରରେ ଡେଟିଂ ଖବର ଗୁଜବ ବୋଲି ଇକବାଲ କହିଥିଲେ।

 

Breaking News