Report Card Odisha

| Daily Odia News

ପବିତ୍ର ସ୍ନାନ ଯାତ୍ରା ପାଇଁ ଭକ୍ତ ଦାସିଆ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଭକ୍ତ ଦାସିଆ ସ୍ମୃତି କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶହୀଦ ନଗର ହଟକେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନର ଉପସଭାପତି ଡାକ୍ତର ନରେନ୍ଦ୍ର ନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଆସନ୍ତା ୧୪ ତାରିଖରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଶ୍ରୀଗୁଣ୍ଡିଚା ଅବସରରେ ଚତୁର୍ଦ୍ଧାମୁର୍ତ୍ତିଙ୍କ ସ୍ବତନ୍ତ୍ର ତୁଳସୀ ବେଶ, ବାହୁଡା ଯାତ୍ରା ଏବଂ ପୀଠର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ପୀଠରେ ଥିବା ଐତିହ୍ୟ ପୁସ୍କରଣୀର ପୁର୍ନରୁଦ୍ଧାର ନିମ୍ନମାନର ହେଉଥିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ଅବସରରେ ଅନୁଷ୍ଠାନ କୋଷାଧ୍ୟକ୍ଷ ଅର୍ଜୁନ ଚରଣ ସାମଲ ଓ ଚାଟାର୍ଡ ଆକାଉଣ୍ଟାଟ ସରୋଜ କୁମାର ପରିଡା ଗତ ବର୍ଷର ଆୟ ବ୍ୟୟ ରିପୋର୍ଟ ଉପସ୍ଥାପନ କରିଥିଲେ।
ବୈଠକରେ ଦାସିଆ ସ୍ମୃତି କମିଟି ସଂପାଦକ ଡଃ ଘନଶ୍ୟାମ ସ୍ବାଇଁ, ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁ, ହୃଦାନନ୍ଦ ନନ୍ଦ, ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶତପଥୀ, ଡାକ୍ତର ସନ୍ଧ୍ୟାରାଣୀ ଶତପଥୀ, ଜଗଦିଶ ପ୍ରସାଦ ଅଗ୍ରୱାଲ, ଜୟଦେବ ମିଶ୍ର, ନାରାୟଣ ମହାପାତ୍ର, ଜଷ୍ଟିସ ବୈଷ୍ଣପାୟନ କର, ଅରୂଣା ତ୍ରିପାଠୀ, ପ୍ରେମଲତା ଦେବୀ, ସତ୍ୟବାଦୀ ଦାସ, ଡଃ ମନୋରଂଜନ ପଟ୍ଟନାୟକ ଅବନୀକାନ୍ତ ପାଟ୍ଟଯୋଶୀ, ରୋହିତ କକର ପ୍ରମୁଖ ଅଂଶ ଗ୍ରହଣ କରି ନିଜର ମତାମତ ଉପସ୍ଥାପନ କରିଥିଲେ।

Breaking News