ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମିସନ୍ ମୋଡ଼’ ଜରିଆରେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମଙ୍ଗଳବାର ପିଏମ୍ଓ ପକ୍ଷରୁ ଜାଣିବାକୁ ମିଳିଛି। ସମସ୍ତ ସରାକରୀ ବିଭାଗ ଓ ମାନବ ସମ୍ବଳ ପରିସ୍ଥିତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିଏମ୍ଓ ପକ୍ଷରୁ ସୂଚନା ମିଳିଛି। ବେରୋଜଗାରୀ ପ୍ରସଂଗକୁ ନେଇ ବାରମ୍ବାନ ବିରୋଧୀଙ୍କ ସମାଲୋଚନା ପରେ ମୋଦୀ ଖାଲି ପଡ଼ିଥିବା ବିଭିନ୍ନ ସରକାରୀ କ୍ଷେତ୍ରରେ ନିଯୁକ୍ତି ନିଷ୍ପତ୍ତି ନେଇଛନ୍ତି। ପିଏମ୍ଓ ପକ୍ଷରୁ କରାଯାଇଥିବା ଟ୍ବିଟ୍ରେ ଲେଖାଯାଇଛି, ‘ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ସରକାରୀ ବିଭାଗ ଓ ମନ୍ତ୍ରାଳୟରେ ମାନବ ସମ୍ବଳ ପରିସ୍ଥିତି ସମୀକ୍ଷା କରିଛନ୍ତି। ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ।’






More Stories
ବୈଠକ ପରେ ନୂଆ ଟିମ ଘୋଷଣା କଲା CJP, ୧୨ ଜଣଙ୍କୁ ଦାୟିତ୍ୱ…..
ସ୍କୁଲରେ ଗୁଳିକାଣ୍ଡ;୭ ମୃତ, ୨୦ ଆହତ……
ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ…..