ରିପୋର୍ଟ କାର୍ଡ / ଚିଲିକା
ଚିଲିକାରେ ଆଜି ଏକ ମାଛଧରା ଡଙ୍ଗା ବୁଡିଯାଇଛି । ମାଛ ଧରି ଫେରିବା ବେଳେ ଏଭଳି ଅଘଟଣ ଘଟିଛି । ଫଳରେ ମାଛଧରା ଜାଲ, କିଳା, ମାଛ ଓ ମେସିନ ଭାସିଯାଇଛି । ସୂଚନା ଅନୁସାରେ- କାଳୁପଡାଘାଟ ଏବଂ ସୋରଣ ନିକଟ ଚିଲିକା ମଝିରେ ମାଛଧରା ଡଙ୍ଗା ବୁଡିଯାଇଛି। ବୁଡିଯାଇଥିବା ଡଙ୍ଗା ହାଟବରଡି ଅଞ୍ଚଳର ବୋଲି ଜଣାପଡିଛି। ଡଙ୍ଗାରେ ୨ଜଣ ମତ୍ସ୍ୟଜୀବୀ ରହିଥିଲେ । ବୁଡି ଯାଉଥିବା ବେଳେ ୨ ଜଣ ମତ୍ସ୍ୟଜୀବୀ ଚିତ୍କାର କରିଥିଲେ । ନିକଟରେ ମାଛ ଧରୁଥିବା କଣାସ ବ୍ଲକ କଉଡିଖୁଣି ଗ୍ରାମର ରାଜ କିଶୋର ବେହେରା ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….