ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଗୋପବନ୍ଧୁ ଛକ ସ୍ଥିତ ରିଲାଏନ୍ସ ଫ୍ରେସ୍ ସୁପରମାର୍କେଟ୍ କୁ ସିଲ୍ କରାଯାଇଛି | ପରିମଳ ବ୍ୟବସ୍ଥାକୁ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତେବେ ସିଲ୍ ହେବାର କାରଣ ହେଉଛି ରିଲାଏନସ ଫ୍ରେସ ଆଖପାଖରେ ପଡ଼ି ରହିଥିଲା ଅଳିଆ ଆବର୍ଜନା | ସ୍ଥାନୀୟ ଅଞ୍ଚଳରେ ପରିବେଶ ପ୍ରଦୂଷଣ କରୁଥିଲା । ଫଳରେ ରିଲାଏନ୍ସ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ଷ୍ଟୋରକୁ ୩ ଦିନ ପାଇଁ ମଧ୍ୟ ବନ୍ଦ କରାଯାଇଛି । ସମାନ ଅବସ୍ଥା ନିକଟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲିଜ୍ ସହିତ ମଧ୍ୟ ହୋଇଥିଲା । ପରିମଳ ବ୍ୟବସ୍ଥା ଖରାପ ଥିବାରୁ ଗ୍ରୀନ ଚିଲିଜ୍ କୁ ସିଲ୍ କରିଥିଲେ ଅଧିକାରୀ । ଆଗ ପରିମଳ ବ୍ୟବସ୍ଥା ସୁଧାରିବା ପରେ ଦୋକାନ ଖୋଲିବା ଲାଗି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏଥିସହିତ ମଧ୍ୟ ଚେତାବନୀ ଦିଆଯାଇଛି ଯେ ରାଜଧାନୀର ଆଉ ଯେଉଁଠି ଯେଉଁଠି ଏଭଳି ସମସ୍ୟା ଦେଖାଦେବ ସେଠାରେ ମଧ୍ୟ ଏମିତି କାଗଜ ଲଗାଇ ଲଗାଇବା ସହିତ ସିଲ୍ କରାହେବ ।






More Stories
୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର…..
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..