ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହକି ଇଣ୍ଡିଆର ୩୫ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ ପରେ ନରିନ୍ଦର ବାତ୍ରା ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏବେ ସି.ବି.ଆଇ.ସ୍କାନରରେ ଭାରତୀୟ କ୍ରୀଡ଼ା ପ୍ରଶାସନର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ନରିନ୍ଦର ବାତ୍ରା । ଆଇ.ଓ.ଏ, ହକି ଇଣ୍ଡିଆ ଓ ନରିନ୍ଦର ବାତ୍ରାଙ୍କ ବାସଭବନରେ ସି.ବି.ଆଇ. ଚଢ଼ାଉ କରିଛି । ବାତ୍ରା ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ନରିନ୍ଦର ବାତ୍ରା ଗତକାଲି ୩ଟି ପଦରୁ ଇସ୍ତଫା ଦେଇଛନ୍ତି । ଆନ୍ତର୍ଜାତିକ ହକି ମହାସଂଘ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଥିଲେ । ଲଗାତର ୨ ଥର ଏଫ.ଆଇ.ଏଚ୍. ସଭାପତି ଭାବେ ନିର୍ବାଚିତ ହୋଇଥିଲେ ନରିନ୍ଦର ବାତ୍ରା ।
More Stories
ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ…..
ବଢ଼ିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ…..
ବିସ୍ଫୋରଣ ହେଲା ଆଇସଲ୍ୟାଣ୍ଡ ଆଗ୍ନେୟଗିରି….