ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀକୁ ଏନ୍କାଉଣ୍ଟର୍ ହୋଇଛି । ଆଜି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କୁ ପୋଲିସ କାବୁ କରିଛି। ତେବେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡରେ ୩ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଅମୃତସର ଜିଲ୍ଲାର ଅଟାରୀରେ ପାକିସ୍ତାନ ସୀମା ନିକଟରେ ଥିବା ଚିଚା ଭକନା ଗାଁରେ ଏହି ଏନକାଉଣ୍ଟର ଚାଲିଥିଲା। ସୂଚନାନୁସାରେ, ଅଟାରି ଗାଁରେ ୬ରୁ ୭ ଗ୍ୟାଙ୍ଗଷ୍ଟର ଲୁଚି ରହିଥିବା ସନ୍ଦେହ କରାଯାଉଛି। କୁହାଯାଉଛି ଯେ ଏହି ଗ୍ୟାଙ୍ଗଷ୍ଟରମାନେ ଗାଁର ପୁରୁଣା ବିଲ୍ଡିଂରେ ଲୁଚି ରହିଛନ୍ତି। ସିଦ୍ଧୁ ମୁସେୱାଲା ହତ୍ୟା ମାମଲା ସହ ଜଡିତ ଗ୍ୟାଙ୍ଗଷ୍ଟରମାନେ ଏହି ଗାଁରେ ଲୁଚି ରହିଛନ୍ତି ବୋଲି ପଞ୍ଜାବ ପୋଲିସ ସୂଚନା ପାଇଥିଲା। ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ । ଏହି ସମୟରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା।






More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..