ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଥ ହେରଫେର ସହ ଜଡିତ ‘ନ୍ୟାସନାଲ ହେରାଲ୍ଡ’ ଖବରକାଗଜ ମାମଲାରେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଚରାଉଚରା ଶେଷ ହୋଇଛି। ତେବେ କେନ୍ଦ୍ରୀୟ ଏଜେନ୍ସି ଇଡି ସୋମବାର ପୁନର୍ବାର ତାଙ୍କୁ ପଚରାଉଚରା ପାଇଁ ଡାକିପାରେ। ଆଜି ପ୍ରାୟ ତିନି ଘଣ୍ଟା ଧରି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ। ସୂତ୍ରରୁ ପ୍ରକାଶ ଯେ ସୋନିଆ ଗାନ୍ଧୀଙ୍କୁ ଇଡିର ମହିଳା ଅଧିକାରୀ ମୋନିକା ଶର୍ମା ପଚରାଉଚରା କରିଥିଲେ | ମୋନିକା ଇଡିରେ ଅତିରିକ୍ତ ନିର୍ଦ୍ଦେଶକ | ଇଡି ସୂତ୍ରରୁ ପ୍ରକାଶ ଯେ ୭୫ ବର୍ଷୀୟ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଫିସରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଇଡି ଅଫିସରେ ରହିବାକୁ ଅନୁମତି ଦିଆଯାଇଥିଲା |






More Stories
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..