ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆଜି ସରୁଛି | ତେଣୁ ଶୁକ୍ରବାର ସଂସଦ ଭବନ ସେଣ୍ଟ୍ରାଲ୍ ହଲରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି | ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ମିଳିତ ଭାବେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ । ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଦାୟ ଅଭିଭାଷଣ ବେଳେ ବିଗତ ୫ ବର୍ଷର ଅନୁଭୂତି ଓ ଉପଲବ୍ଧିକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ ରାଷ୍ଟ୍ରପତି କୋବିନ୍ଦ। ରାଷ୍ଟ୍ରପତି କହିଲେ, ଭାରତକୁ ଏକ ବଡ଼ ପରିବାର ଭାବେ ଯେତେବେଳେ ଆମେ ଦେଖୁ, ଆମେ ହୃଦୟଙ୍ଗମ କରୁ ଯେ ବିବାଦର ସମାଧାନ ପାଇଁ ଅନେକ ବାଟ ଅଛି। ସଦ୍ଭାବ ପ୍ରତିଷ୍ଠା ପାଇଁ ମହାତ୍ମା ଗାନ୍ଧୀ ଶାନ୍ତି ଓ ଅହିଂସାର ମାର୍ଗ ଆପଣାଇଥିଲେ, ଆମେ ବି ସେହି ପଥରେ ଯିବା ଉଚିତ। ସଂସଦରେ ବିତର୍କରେ ଭାଗ ନେବା ଓ ଭିନ୍ନମତ ବ୍ୟକ୍ତ କରିବାର ଅଧିକାର ଦାବି କଲାବେଳେ ସାଂସଦମାନେ ଗାନ୍ଧୀ ଦର୍ଶନର ଅନୁସରଣ କରିବା ଆବଶ୍ୟକ ବୋଲି କୋବିନ୍ଦ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଏହା ଭିତରେ ଦେଶକୁ ୧୫ ତମ ରାଷ୍ଟ୍ରପତି ମିଳିସାରିଛନ୍ତି | ଆସନ୍ତାକାଲି ଦେଶର ନୂତନ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ |
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….