ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ରେଜଲ୍ଟ । ପୂର୍ବାହ୍ନ ୧୧.୩୦ରେ ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଓଜେଇଇ ପରୀକ୍ଷାଫଳ ଘୋଷଣା କରିବେ । ଏହା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କ କାର୍ଡ ମଧ୍ୟ ଡାଉନଲୋଡ କରିପାରିବେ। ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପରିଷଦ (SCTE & VT)କାର୍ଯ୍ୟାଳୟର ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଓଜେଇଇ ପରୀକ୍ଷାଫଳ ଘୋଷଣା କରିବେ
ବୋଲି ସୂଚନା ମିଳିଛି । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ www.ojee.nic.in.ରେ ସେମାନଙ୍କ ଓଜେଇଇ ପରୀକ୍ଷାଫଳ ଦେଖିପାରିବେ।






More Stories
ପିଏମ୍-ସୂର୍ଯ୍ୟ ଘର ସହ ଯୋଡ଼ି ହେବ ପିଏମ୍-ଆବାସ ଯୋଜନା…..
ରଥଯାତ୍ରାରେ ଅଧାକୁ କମିବ କର୍ଡନ୍ ପାସ୍…..
ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..