Report Card Odisha

| Daily Odia News

ପ୍ରେମିକାଙ୍କ ଦୁଆରେ ଜୀବନ ହାରିଲା ପ୍ରେମିକ…..

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ପ୍ରେମିକା ଦୁଆର ଆଗରେ ବିଷ ପିଇ ଜୀବନ ହାରିଲା ପ୍ରେମିକ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଗତକାଲି ଘଟିଛି। ଝାଡ଼ଖଣ୍ଡ ରାଜ୍ୟର ବହଳାଗୁଡା ଅଞ୍ଚଳର ୨୦ ବର୍ଷୀୟ ସାହିଲ ନାମକ ଜୈନେକ ଯୁବକ କରଞ୍ଜିଆ ଅଞ୍ଚଳର ଜଣେ ୧୮ ବର୍ଷୀୟା ମୁସଲିମ୍‌ ଯୁବତୀଙ୍କୁ ପ୍ରେମ କରୁଥିଲେ। ପ୍ରାୟ ୪ ମାସ ତଳେ ଏକ ବିବାହ ଉତ୍ସବରେ ଦେଖା ସାକ୍ଷାତ ବେଳେ ଉଭୟ ମନ ଦିଆନିଅ ହୋଇଥିଲେ। ଯୁବତୀଙ୍କ ପରିବାର ପ୍ରାୟ ୫ ଦିନ ପୂର୍ବରୁ ଏହି ଘଟଣା ଜାଣିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏପରିକି ତାଙ୍କ ଫୋନ୍‌ ପରିବାର ଲୋକେ ରଖି ଦେଇଥିବାରୁ ସାହିଲ ତାଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ସାହିଲ ଝାଡ଼ଖଣ୍ଡରୁ ଆସି ଗତକାଲି ସନ୍ଧ୍ୟା ସମୟରେ ପ୍ରେମିକାଙ୍କ ଘର ନିକଟରେ ପହଞ୍ଚିଥିଲେ। ଯୁବତୀଙ୍କ ଘର ଲୋକେ ଏହି ଜାଣିପାରି ଝିଅକୁ ଘରୁ ଛାଡ଼ି ନ ଥିବା ବେଳେ ସାହିଲଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ମାନସିକ ଭାରସାମ୍ୟ ହରାଇ ବସିଥିବା ସହେଲ ଯୁବତୀଙ୍କ ଦୁଆର ସମ୍ମୁଖରେ ହିଁ ଫିନାଇଲ ଏବଂ ବିଷ ପିଇ ଦେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି | ଖବର ପାଇ କରଞ୍ଜିଆ ପୋଲିସ ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି ।

Breaking News