Report Card Odisha

| Daily Odia News

ରାଜ୍ୟରେ ଚିନ୍ତା ବଢ଼ାଉଛି ହଇଜା, ନେଲା ଆଉ ୨ ଜୀବନ…..

ରିପୋର୍ଟ କାର୍ଡ / ରାୟଗଡ଼ା

ରାୟଗଡ଼ା ଜିଲ୍ଲା କାଶୀପୁର ହଇଜାକୁ ନେଇ ଚିନ୍ତା ବଢ଼ାଇଛି । ହଇଜାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଆଜି ସୂଚନା ମିଳିଛି । ଆଉ ୨ ଜଣଙ୍କ ମୃତ୍ୟୁ ପରେ ହଇଜା ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ହାଡିଗୁଡ଼ା ପଞ୍ଚାୟତ କୁଗୁପୁଟରେ ଜଣେ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଟିକିରି ପଞ୍ଚାୟତ ଜାମୁଗୁଡ଼ାରେ ଆଉ ଜଣେ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ତେବେ ହଇଜାରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନର ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି । ଏହା ସହ କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ସେଠାରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ । କାଶୀପୁରରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୩୮ ନମୁନାରୁ ଗୋଟିଏରେ ‘ଶିଗେଲା’ ଜୀବାଣୁ ଚିହ୍ନଟ ହୋଇଛି । ୨୪ଟି ଇ-କୋଲାଇ, ୮ଟି ଭିବ୍ରିଓ ନମୁନା ଚିହ୍ନଟ ହୋଇଛି । ବାହ୍ୟ ମଳମୂତ୍ର ଯୋଗୁ ରୋଗ ବ୍ୟାପୁଥିବା ସ୍ପଷ୍ଟ ହୋଇଛି ।

Breaking News