ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି
ପାରଳାଖେମୁଣ୍ଡି ରାଣୀପେଣ୍ଠ ସ୍ଥିତ ଏକ ଘରୋଇ ନର୍ସିଂ କଲେଜର ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହି କଲେଜର ଏକ କ୍ଲାସରୁମରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସରେ- ମୃତ ନର୍ସିଂ ଛାତ୍ରୀ ଜଣକଙ୍କ ଘର ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ହୋଇଥିବା ବେଳେ ସେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀ ଜଣକ ହଷ୍ଟେଲରେ ରହି ପାଠପଢ଼ୁଥିଲେ । ମୃତ ଛାତ୍ରୀ ଜଣକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….