Report Card Odisha

| Daily Odia News

ରାହୁଲ୍‌ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାହୁଲ୍‌ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ | ଆଜି କର୍ଣ୍ଣାଟକସ୍ଥିତ ଲିଙ୍ଗାୟତ ସେମିନାରିର ଜଣେ ସାଧୁ ଆଶୀର୍ବାଦ କରିବା ପରେ ଆଉ ଜଣେ ସାଧୁ ଆସି କଥା ବଦଳାଇ ଦେଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ରାହୁଲ୍‌ ଗାନ୍ଧୀ ଚିତ୍ରଦୁର୍ଗାସ୍ଥିତ ‘ଶ୍ରୀମୁରୁଗରାଜେନ୍ଦ୍ର ମଠ’ର ସାଧୁମାନଙ୍କୁ ଭେଟିବା ବେଳେ ବାବେରି ହୋସାମଠସ୍ବାମୀ ନାମରେ ଜଣେ ସାଧୁ ଭାଷଣ ଦେବା ବେଳେ କହିଲେ, ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ। ଏ କଥା ଶୁଣି ମଠର ଅଧ୍ୟକ୍ଷ ଶ୍ରୀଶିବମୂର୍ତ୍ତି ମୁରୁଗା ଶରନାରୁ ତାଙ୍କୁ ବାଧା ଦେଇ କଥା ବଦଳାଇ କହିଲେ, ଆମ ମଠକୁ ଯିଏ ଆସନ୍ତି, ସେମାନେ ଆଶିଷ ଲାଭ କରନ୍ତି। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ଜନସଂଖ୍ୟାର ପ୍ରାୟ ୧୭% ହେଉଛନ୍ତି ଲିଙ୍ଗାୟତ ଓ ସେମାନେ ଦୀର୍ଘ ଦିନରୁ ‘ବିଜେପି’କୁ ଭୋଟ୍‌ ଦେଇ ଆସୁଛନ୍ତି। ଆସନ୍ତା ବର୍ଷ ମେ ମାସରେ ହେବାକୁ ଥିବା କର୍ଣ୍ଣାଟକ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ଜନସାଧାରଣଙ୍କ ନିକଟତର ହେବା ଏବଂ ଦଳର ସଙ୍ଗଠନକୁ ସୁଦୃଢ଼ କରବା ଲାଗି ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକ ଗସ୍ତ କରିଛନ୍ତି।

Breaking News