Report Card Odisha

| Daily Odia News

ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ । ବର୍ତ୍ତମାନର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌. ଭି ରମନ୍ନା ଲଲିତଙ୍କ ନାଁ ସୁପାରିସ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଚଳିତ ମାସ ଜଷ୍ଟିସ ରମନ୍ନାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସେ ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ଙ୍କ ନାଁ ସୁପାରିସ କରିଥିବା କୁହାଯାଇଛି । ଚଳିତ ମାସ ୨୬ ତାରିଖରେ ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପରେ ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ ସୁପ୍ରିମ୍‌ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଜଷ୍ଟିସ୍‌ ଲଲିତ୍‌ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ହେଲେ ଦେଶ ୪୯ତମ ପ୍ରଧାନ ବିଚାରପତିଙ୍କୁ ପାଇବ । ଏବଂ ତାଙ୍କର କାର୍ଯ୍ୟକାଳ ମାତ୍ର ୩ ମାସ ରହିବ । ସେ ନଭେମ୍ବର ମାସରେ ଅବସର ନେ​‌ବେ ।

Breaking News