ରିପୋର୍ଟ କାର୍ଡ / ଭୁବନେଶ୍ୱର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ୭ମ ପରିଷଦ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଠାରୁ ୩ ଦିନିଆ ଦିଲ୍ଲୀଗସ୍ତରେ ଯିବେ। ଏହି ବୈଠକରେ ଓଡ଼ିଶା ପୁଣିଥରେ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି ଦୋହରାଇବ। ବଙ୍ଗୋପ ସାଗରର ତଟୀୟ ଅଞ୍ଚଳରେ ଥିବା ଓଡ଼ିଶା ସର୍ବାଧିକ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ଦୀର୍ଘ ୨ ଦଶନ୍ଧି ଧରି ଦାବି କରିଆସୁଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହେବା ପରଠାରୁ ଓଡ଼ିଶା ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି କରିଆସୁଛି। ଏଥର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫୋକସ୍ ଷ୍ଟେଟ୍ ସହିତ ରାଜ୍ୟରେ ରେଳ ସାନ୍ଧ୍ରତା ବୃଦ୍ଧି, କୋଇଲା ଓ ଖଣିଜ ସମ୍ପଦରେ ରାଜଭାଗ ବଢାଇବା, ଦୁର୍ଗମ ଅଞ୍ଚଳରେ ଅଧିକରୁ ଅଧିକ ମୋବାଇଲ ଟାୱାର ନିର୍ମାଣ ସହ ଇଣ୍ଟରନେଟ୍ ସଂଯୋଗ ଏବଂ ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ଏକାଧିକ ଦାବି ଦୋହରାଇବେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ନିତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ସମସ୍ୟା ସହ ଭିତ୍ତିଭୂମି ନିର୍ମାଣ ଲାଗି ରହିଥିବା ଆବଶ୍ୟକତା ସଂପର୍କରେ କେନ୍ଦ୍ରକୁ ଅବଗତ କରାଇବା ସହିତ ଅଧିକ ପାଣ୍ଠି ଦେବାକୁ ଦାବି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କ ଦାବି ଅନୁଯାୟୀ, ନୀତି ଆୟୋଗ ଜରିଆରେ ପାଣ୍ଠି ପ୍ରଦାନ ଲାଗି କେନ୍ଦ୍ରକୁ ସୁପାରିସ କରିବା ସହ ଯୋଜନା ପ୍ରସ୍ତୁତ କରିଥାନ୍ତି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..