ରିପୋର୍ଟ କାର୍ଡ / ବ୍ରହ୍ମପୁର
ଭିଜିଲାନ୍ସ ଜାଲରେ ପଡିଛନ୍ତି କ୍ରୀଡ଼ା ଶିକ୍ଷକ । ବ୍ରହ୍ମପୁର ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଦନାର୍ଦ୍ଦନ ସାହୁଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଏହି ଚଢ଼ାଉ । ସୂଚନା ମୁତାବକ, ବ୍ରହ୍ମପୁର ସ୍ଥିତ ପ୍ରେତୃକ ଘର, ସ୍କୁଲ ସହ ଦନାର୍ଦ୍ଦନଙ୍କ ପେଟ୍ରୋଲ ପମ୍ପ ଓ ଗ୍ୟାସ ଗୋଦାମରେ ରେଡ୍ ହୋଇଛି । ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏହାରି ମଧ୍ୟରେ ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ କନିଷ୍ଠ ଯନ୍ତ୍ରୀ । ଲଖନପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଟିକିନାଥ ଭଏଁସାଲ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ତାଙ୍କୁ ଲାଞ୍ଚ ନେବାବେଳେ ଧରିବା ପରେ ତାଙ୍କର ସରକାରୀ ବାସଭବନ ଉପରେ ଚଢ଼ାଉ କରିଥିଲା ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..