Report Card Odisha

| Daily Odia News

ଇସ୍ତଫା ଦେଲେ ବିଧାୟକ କୋମାତିରେଡ୍ଡୀ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତେଲେଙ୍ଗାନାରେ କଂଗ୍ରେସକୁ ଝଟ୍‌କା ଲାଗିଛି। କଂଗ୍ରେସର ବିଧାୟକ କୋମାତିରେଡ୍ଡୀ ରାଜଗୋପାଲ ରେଡ୍ଡୀ ଆଜି ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଖୁବ ଶୀଘ୍ର ବିଜେପିରେ ଯୋଗଦେବା  ନେଇ ଚର୍ଚ୍ଚା ହେଉଛି | ତେଲେଙ୍ଗାନା ବିଧାନସଭା ବାଚସ୍ପତି ପୋଚାରାମ ଶ୍ରୀନିବାସ ରେଡ୍ଡୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ଅଗଷ୍ଟ ୩ ତାରିଖରେ କଂଗ୍ରେସ ଦଳ ଓ ବିଧାୟକ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହାପରେ ରେଡ୍ଡୀ କହିଥିଲେ ଯେ, ସେ ଅଗଷ୍ଟ ୨୧ରେ ବିଜେପିରେ ସାମିଲ ହେବେ। ଦୁଇ ଦିନ ପୂର୍ବରୁ ରେଡ୍ଡୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ। ଏହାପରେ ସେ ବିଜେପିରେ ଯୋଗଦେବେ ବୋଲି କହିଥିଲେ। ତାଙ୍କ ସହ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିବେକ ଭେଙ୍କଟସ୍ବାମୀ ମଧ୍ୟ ଉପସ୍ଥିତ ଥିଲେ। ସେ କହିଥିଲେ ଯେ, ସେ ଅଗଷ୍ଟ ୮ରେ ବାଚସ୍ପତି ରେଡ୍ଡୀଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ। ଆହୁରି ମଧ୍ୟ କହିଥିଲେ ଯେ, କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହିଁ ତେଲେଙ୍ଗାନା ରାଷ୍ଟ୍ର ସମିତି ର ଅରାଜକ ଶାସନକୁ ଶେଷ କରିପାରିବେ।

Breaking News