Report Card Odisha

| Daily Odia News

ପତାକା ଉତ୍ତୋଳନ ପାଇଁ ତାଲିକା ଜାରିକଲେ ରାଜ୍ୟ ସରକାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉ ଦିନ କେଇଟା ପରେ ଦେଶ ପାଳିବ ୭୬ ତମ ସ୍ୱାଧୀନତା ଦିବସ | ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ । ଏନେଇ ରାଜ୍ୟ ସରକାର ଏକ ତାଲିକା ଜାରି କରିଛନ୍ତି । ତେବେ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାତ୍ମା ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବେ । କନ୍ଧମାଳରେ ମନ୍ତ୍ରୀ ଜଗନ୍ନାଥ ସାରକା ପତାକା ଉତ୍ତୋଳନ କରିବେ । ମନ୍ତ୍ରୀ ନିରଞ୍ଜନ ପୂଜାରୀ ପୁରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଢେଙ୍କାନାଳ, ପ୍ରଦୀପ ଅମାତ ବଲାଙ୍ଗୀର, ପ୍ରମିଳା ମଲ୍ଲିକ କେନ୍ଦୁଝର, ଉଷା ଦେବୀ ନୟାଗଡ଼, ପ୍ରଫୁଲ୍ଲ ମଲ୍ଲିକ କଟକ, ପ୍ରତାପ ଦେବ ସୁନ୍ଦରଗଡ଼, ଅତନୁ ସବ୍ୟସାଚୀ ନାୟକ ମୟୂରଭଞ୍ଜ, ଟୁକୁନି ସାହୁ ବାଲେଶ୍ୱର, ସମୀର ଦାସ ମାଲକାନଗିରି, ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳଠାରେ ପତାକା ଉତ୍ତୋଳନ କରିବେ । ସେହିପରି, ମନ୍ତ୍ରୀ ନବକିଶୋର ଦାସ ବରଗଡ଼, ମନ୍ତ୍ରୀ ଅଶୋକ ପଣ୍ଡା ଗଞ୍ଜାମ, ରାଜେନ୍ଦ୍ର ଢୋଲକିଆ କଳାହାଣ୍ଡି, ଅଶ୍ୱିନୀ କୁମାର ପାତ୍ର ସମ୍ବଲପୁର, ପ୍ରୀତିରଞ୍ଜନ ଘଡ଼େଇ କୋରାପୁଟ, ଶ୍ରୀକାନ୍ତ ସାହୁ ଗଜପତି, ତୁଷାରକାନ୍ତି ବେହେରା ଖୋର୍ଦ୍ଧା, ରୋହିତ୍ ପୂଜାରୀ ସୋନପୁର, ରୀତା ସାହୁ ନୂଆପଡ଼ା ଏବଂ ବାସନ୍ତୀ ହେମ୍ବମ୍ ଅନୁଗୁଳୁଠାରେ ପତାକା ଉତ୍ତୋଳନ କରିବେ ।

 

Breaking News