Report Card Odisha

| Daily Odia News

ଫଳିତ୍ ଜ୍ୟୋତିଷ ଓ ବାସ୍ତୁ ଗଣନା ମିଥ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବେଦ, ବାଇବେଲ ଓ କୋରାନରେ ଜ୍ୟୋତିଷ, ବାସ୍ତୁ କୁ ସ୍ବୀକାର କରାଯାଇ ନାହିଁ । ଜାତକ ଗଣନା ସଠିକ ନୁହେଁ ବୋଲି ଅନେକେ ଉଦାହରଣ ଦ୍ଵାରା ଦର୍ଶାଇ ଥିଲେ। ତେବେ ଗାଣିତିକ ଜ୍ୟୋତିଷ ଗଣନା ଦ୍ଵାରା ସୂର୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ବିଜ୍ଞାନ ଜନିତ ହୋଇଥିବାରୁ ଗ୍ରହଣୀୟ ବୋଲି ମତ ଦେଇ ଥିଲେ। ବିଭିନ୍ନ ଉନ୍ନତ ଦେଶ ମାନଙ୍କରେ ବଡ଼ ବଡ ସହରରେ ବିରାଟ ଅଟ୍ଟାଳିକା ମାନ ବିନା ବାସ୍ତୁରେ ନିର୍ମିତ ହୋଇଥାଏ । ଏଣୁ ଏ ସବୁ ଅନ୍ଧ ବିଶ୍ୱାସ ରୁ ଦୂରେଇ ରହିବା ପାଇଁ ଥିଙ୍କର୍ସ କ୍ଲବ ର ୩୮ ତମ ଆଭା ସି ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଲିଖିତ ମତ ସତ୍ୟର ସନ୍ଧାନ ପୁସ୍ତକରୁ ପାଠ କରାଯାଇଥିଲା । ଥିଙ୍କର୍ସ୍ କ୍ଲବ ର ସଭାପତି ବରଦା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାରେ ଡ ଇ ନନ୍ଦ ନନ୍ଦନ ଦାସ, ନରୱେ ରୁ ସେସଦେବ ମିଶ୍ର,ବାହାରିନ ରୁ ଡ ସୁବାସ ସାହୁ, ମଧ୍ୟପ୍ରଦେଶରୁ ଲ କଲେଜ ଅଧ୍ୟକ୍ଷ ଡ ରଜତ ଶତପଥୀ, ଡ ବ୍ରଜ ନାୟକ, ପ୍ରଫେସର ଉମାଶଙ୍କର ମିଶ୍ର, ବାଲ୍ମୀକି ନାୟକ ଓ ନିମାଇଁ ସ୍ୱାଇଁ ବିଭିଁନ୍ନ ଦୃଷ୍ଟି କୋଣରୁ ଆଲୋଚନା କରି ଉକ୍ତ ଗଣନା ମିଥ୍ୟା ବୋଲି କହିଥିଲେ ।ପୂର୍ବତନ ପୂର୍ତ୍ତ ସଚିବ ଡ୍ର ନନ୍ଦ ନନ୍ଦନ ଦାସ ଗୃହ ନିର୍ମାଣରେ ବାସ୍ତୁ ବିନା, ଗୃହ ନିର୍ମାଣ ସେ ଅଞ୍ଚଳର ଅକ୍ଷାଂଶ, ଦ୍ରାଘିମା, ଜଳବାୟୁ, ପ୍ରକୃତି, ସ୍ଥାନ ବିଶେଷରେ ସୂର୍ୟଙ୍କ ଅବସ୍ଥିତି ଓ ସୂର୍ୟ କିରଣ କୁ ନେଇ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏକ ପ୍ଲାନ୍ ର ଉପକାରିତା ଦର୍ଶାଇ ଥିଲେ। ଏକ ବାସ୍ତୁ ଉପରେ ପ୍ଲାନ ଗୃହ ନିର୍ମାଣ ପାଇଁ କିପରି ଉପଯୋଗୀ ନୁହେଁ ବୋଲି ବୁଝାଇ ଥିଲେ । ବ୍ୟଜ୍ଞାନିକ ପ୍ରଣାଳୀରେ ଗୃହ ନିର୍ମାଣ ଦ୍ବାରା ବାତାନୁକୁଳନର ସୁଯୋଗ ଉପଭୋଗ କରାଯାଏ ବୋଲି ଦର୍ଶାଇ ଥିଲେ। ଏପରି ବିଷୟ ଉପରେ 2003 ମସିହାରେ ଡ୍ର ଦାସ ସେସମୟର ଓଡ଼ିଶାର ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।ବାଙ୍ଗାଲୋର ରୁ ବିଭୂଦତ୍ତ ମହାନ୍ତି ବୈଷୟିକ ପରିଚାଳନା କରିଥିଲେ ଓ ଅନ୍ୟମାନେ ଯଥା ବିଶପ ଡି ବି ହୃଦୟ, ଅନନ୍ତ ପଣ୍ଡା, ଅନୁପମ ବୋସ, ବାମନ ବେହେରା, ବି ବି ପଣ୍ଡା, ଚିତ୍ତ ବେହେରା, , ଡ୍ ଶରତ ଦାସ, ହରମୋହନ ପାତ୍ର, କର୍ତିକେଶ୍ୱର୍ ନାଏକ, ମୋନୋଜ ଜେନା, ନଗେନ୍ଦ୍ର ମିଶ୍ର, ପ୍ରଦୀପ କୁମାର, ପୁଳିନ ମହାପାତ୍ର, ରବୀନ୍ଦ୍ର ଦାସ, ରୋଜାଲିନ ପାତ୍ର, ପୂର୍ଣ୍ଣିମା ମିତ୍ର, ଏସ କେ ଦାସ, ସୁଧାଂଶୁ ଦଙ୍ଗା, ତ୍ରିଲୋଚନ ତାଣ୍ଡିଆ, କାଶୀନାଥ ହାତୀ ଓ ସୁରେଶ ଚନ୍ଦ୍ର ରାଜହଂସ ମାନେ ଉପ ସ୍ତିତ ଥାଇ ସହମତି ପ୍ରଦାନ କରିଥିଲେ।

Breaking News