ରିପୋର୍ଟ କାର୍ଡ / ବାରିପଦା
ଲଗାଣ ବର୍ଷାରେ ବେହାଲ ହୋଇଛି ଉତ୍ତର ଓଡ଼ିଶା | ତୁହାକୁ ତୁହା ବର୍ଷରେ ବନ୍ୟା ସ୍ଥିତି ରହିଛି | ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଛି ଟ୍ରେନ । ରେଲୱେ ବିଭାଗ ପକ୍ଷରୁ ଚାଲିଛ ମରାମତି, ବିଳମ୍ବରେ ଚାଲିବ ଟ୍ରେନ । ସୂଚନା ଅନୁସାରେ ଗତକାଲି ରାତିରେ ପ୍ରବଳ ବର୍ଷା ପବନ ହୋଇଥିଲା | ଏହା ଫଳରେ ବାରିପଦା ଷ୍ଟେସନ ଠାରେ ଏକ ଗଛ ଉପୁଡିପଡି ଇଲେକ୍ଟ୍ରିକ ତାର ଉପରେ ପଡିଯାଇଥିଲା । ଏହା ପ୍ରଭାବରେ ବାଙ୍ଗିରୀପୋଷୀ-ଭୁବନେଶ୍ୱର ଟ୍ରେନ ସକାଳୁ ଅଟକି ରହିଛି । ତେବେ ଘଟଣା ସ୍ଥଳରେ ରେଲୱେ ବିଭାଗ ପହଞ୍ଚି ଏହାର ମରାମତି କାର୍ଯ୍ୟ କରିଛନ୍ତି । ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଉଛି ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..