ରିପୋର୍ଟ କାର୍ଡ / ପୁରୀ
ରାଜ୍ୟରେ ଲଗୁଚାପ ଜନିତ ଲଗାଣ ବର୍ଷା ଦେଇଯାଇଛି ଦୁଃଖ ଉଆ ଦୁର୍ଦଶା | ବନ୍ୟା ପାଣିରେ ଉବୁଡୁବୁ ଅନେକ ଜିଲ୍ଲା | ନାଇନଥିବା ସୁବିଧାରେ ସମୁଖୀନ ହେଉଛନ୍ତି ଲୋକେ | ବନ୍ୟା ପାଣିରେ ରାସ୍ତା ଘାଟ ଏକାକାର ହୋଇଯାଇଛି | ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଥିବା ସ୍କୁଲଗୁଡ଼ିକୁ ଆଉ ଦୁଇଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୪ଟି ବ୍ଲକରେ ଦୁଇଦିନ ପାଇଁ ସ୍କୁଲ ବନ୍ଦ ରହିବ । ୨୨ ଓ ୨୩ ତାରିଖରେ ଏହି ବନ୍ଦ ପାଇଁ ଘୋଷଣା କରାଯାଇଛି । ନିମାପଡ଼ା, ଗୋପ, ଡେଲାଙ୍ଗ ଓ କଣାସ ବ୍ଲକରେ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..