Report Card Odisha

| Daily Odia News

ଦମ୍ପତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ…..

ରିପୋର୍ଟ କାର୍ଡ / କେନ୍ଦୁଝର

ବୟସ୍କ ଦମ୍ପତି ଶୋଇଥିବା ବେଳେ ରାତି ଅଧରେ ଦୁର୍ବୃତ୍ତ ଘର ବାହାରେ ତାଲା ପକାଇ ନିଆଁ ଲଗାଇ ଦେଇଛନ୍ତି। ଏଭଳି ଜଘନ୍ୟ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର୍ ଥାନା ଧଗୋଠ ଗ୍ରାମରେ । ପାଖପଡ଼ୋଶୀ ଯେପରି ଉଦ୍ଧାର କରି ନ ପାରିବେ ସେଥିନିମନ୍ତେ ସେମାନଙ୍କ ଘର ବାହାରେ ବି ତାଲା ପକାଇଦେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ- ଗୁରୁତର ହୋଇଥିବା ଦମ୍ପତି ହେଲେ ଧଗୋଠ ଗ୍ରାମର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତି ପଲେଇ । ଉଭୟ ଉଗ୍ରସେନ ଓ ଜୟନ୍ତିଙ୍କ ବୟସ ପାଖାପାଖି ୬୦ ହେବ । ଧଗୋଠ ଗ୍ରାମସ୍ଥିତ ଘରେ ଏହି ଦମ୍ପତି ଏକୁଟିଆ ରହୁଥିବା ବେଳେ ସେମାନଙ୍କ ପିଲାଛୁଆ ବାହାରେ ରହୁଥିଲେ। ଗତକାଲି ରାତିରେ ଉଭୟ ଉଗ୍ରସେନ ଓ ଜୟନ୍ତି ନିଜ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ସେମାନଙ୍କ ଘର ସମେତ ପାଖ ପଡ଼ୋଶୀଙ୍କ ଘର ବି ବାହାରୁ ତାଲା ପକାଇ ଦେଇଥିଲେ। ଏହାପରେ ସେମାନେ ଉଗ୍ରସେନଙ୍କ ଘର ଚାରିପଟେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଦମ୍ପ ତି ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କରିଥିଲେ। ଏହି ଦମ୍ପତିଙ୍କ ଚିତ୍କାର ଶୁଣି ପଡ଼ୋଶୀଙ୍କ ନିଦ ଭାଙ୍ଗିଥିଲେ ବି ସେମାନଙ୍କ ଘରେ ତାଲା ପଡ଼ିଥିବାରୁ ତୁରନ୍ତ ସାହାଯ୍ୟ କରିବାକୁ ଆସି ପାରି ନ ଥିଲେ। କିଛି ସମୟ ପରେ କୌଣସି ମତେ ଏହି ଦମ୍ପତିଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ହରିଚନ୍ଦନପୁର୍ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।

Breaking News