ରିପୋର୍ଟ କାର୍ଡ / ମୁନିଗୁଡା
ରାୟଗଡା ଜିଲ୍ଲା ପୋଲିସ୍ ଚୋରା ଗଞ୍ଜେଇ ସହ ବେପାରୀ ରାଜୁ ଶେଖ୍ କୁ ଗିରଫ କରିଛି | ସୂଚନା ଅନୁସାରେ-ଗତକାଲି ରାତି ୧୦ ଟା ସମୟରେ କୈାଣସି ପ୍ରକାର ସୂଚନା ପାଇ ଏସ୍ ଡି ପି ଓ ଶ୍ରୀ ସାହୁ ଓ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁଙ୍କ ନିର୍ଦ୍ଦେଶନାରେ ମୁନିଗୁଡା ପୋଲିସ୍ ଟିମ୍ ଏବଂ ରେଳବାଇ ପୋଲିସ୍ ମିଳିତ ଭାବେ ଚଢାଉ କରିଥିଲେ | ଏହି ସମୟରେ ୨୦ କେଜି ୭୦୦ ଗ୍ରାମର ଗଞ୍ଜେଇ ସହ ରାଜୁ ଶେଖ୍ ପୋଲିସ ହାତରେ ଧରାପଡ଼ିଥିଲେ | ପୋଲିସ ତାଙ୍କୁ ଥାନାକୁ ଆଣି କେଶ୍ ନମ୍ବର 177/022, U/S 20( 6)(II)(c) /29Ndps ଦଫାରେ କେଶ୍ ରୁଜୁକରି ରାଜୁକୁ କୋର୍ଟ ଚାଲାଣ କରାଯାଇଛି | ଏନେଇ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି |






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..